www.samajalive.in
Monday, December 15, 2025
15.1 C
Bhubaneswar

ପ୍ରାୟଶ୍ଚିତ ସତ୍ୟାଗ୍ରହ, ଅକ୍ଷୟ କୁମାରଙ୍କ ଅନଶନ 

ଭୁବନେଶ୍ୱର : ନବୀନ ସରକାରର ଅନ୍ତ ଘଟାଇବା ପାଇଁ ନବନିର୍ମାଣ ସ୍ୱରାଜ ସରକାରର ଆବାହକ ଅକ୍ଷୟ କୁମାର ଅଗଷ୍ଟ ୯ରୁ ୧୫ କ୍ରାନ୍ତି ଦିବସରୁ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲୋୟର ପିଏମଜିରେ ଚାଲିଥିବା ଅନଶନ ଚତୁର୍ଥ ଦିନରେ ପହଞ୍ଚିଛି। ଅକ୍ଷୟ କୁମାରଙ୍କ ଅନଶନକୁ ସମର୍ଥନ ଜଣାଇ ପାଖାପାଖି ୨୦ଟି ଜିଲାରେ କର୍ମୀମାନେ ଉପବାସରେ ବସିବା ସହ ଧାରଣା ଦେଇଥିଲେ। ପିଏମଜିରେ ଅନଶନ ବସିଥିବା ଅକ୍ଷୟ କୁମାର ଓଡ଼ିଶା ସରକାରଙ୍କ ଶାସନକୁ ସମାଲୋଚନା କରିଥିଲେ।

ରାଜ୍ୟ ସରକାର ଗତ ନିର୍ବାଚନ ସମୟରେ ଆମ ଗାଁ, ଆମ ବିକାଶ ନାମରେ ଗୋଟିଏ କ୍ଲବ ଘର କରିଥିବା ବେଳେ ଆଉ ଗୋଟିଏ ଶାସନ ପାଳିରେ ମାତ୍ର ଗୋଟିଏ ମନ୍ଦିର ତିଆରି କରୁଛନ୍ତି। ଯଦି ସବୁ ସ୍କୁଲ୍ କଲେଜର ରୂପାନ୍ତରଣ ହେଉଛି, ତାହେଲେ ସେଠାକୁ କେତେ ମାତ୍ରାରେ ଛାତ୍ରଛାତ୍ରୀ ଆକର୍ଷିତ ହୋଇ ଆସୁଛନ୍ତି। ସେହିଭଳି ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ କେବଳ ନିରାଶପଣ ଓ ନିରାଶପଣ। ଓଡ଼ିଶାର ବିପୁଳ ପ୍ରାକୃତିକ ସମ୍ପଦର ସୁବିନିଯୋଗ ନ ହେବା କାରଣରୁ ଓଡ଼ିଆ ଲୋକଙ୍କର ଜୀବନଧାରଣ ମାନରେ ଗୁଣାତ୍ମକ ପରିବର୍ତ୍ତନ ଆଦୌ ହୋଇନାହିଁ। ନବୀନ ତାଙ୍କ ଶାସନରେ ଆଉ ଯାହା କରନ୍ତୁ ବା ନକରନ୍ତୁ, ନିଶ୍ଚିତ ଭାବରେ ଚାଷୀକୂଳର ଭାଗ୍ୟକୁ ଅନ୍ଧକାର କରିଛନ୍ତି। କାଳିଆ ଯୋଜନାରେ ଯେଭଳି ଭାବେ ସବୁ ଚାଷୀଙ୍କୁ ୧୦ରୁ ୧୨ ହଜାର ଟଙ୍କା ଦେବେ ବୋଲି କହି ୪ ହଜା ଦେଇଛନ୍ତି ବୋଲି ଅକ୍ଷୟ କୁମାର ପ୍ରକାଶ କରିଛନ୍ତି।

- Advertisement -

ଏହି ଅନଶନସ୍ଥଳରେ ଅଧିବକ୍ତା କ୍ଷୀରୋଦ ରାଉତ, ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ଡ. କୁଳମଣି, ଲିଙ୍ଗରାଜ ପ୍ରଧାନ, ସଂଗ୍ରାମ କିଶୋର, ଇଂ ଶୁଭେନ୍ଦୁ ମଲ୍ଲିକ, ଛାତ୍ରନେତା ଅମିତ ଜେନା, ସଶକ୍ତ ଓଡ଼ିଶାର ବିଜୟ ପ୍ରଧାନ, ପ୍ରକାଶ ଦାସ, ପ୍ରତାପ ମହାନ୍ତି, ଦେବପ୍ରଦତ ମିଶ୍ର, ରାଜ୍ୟ କମିଟି ସଭ୍ୟ ଦୀନେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories