ଜଳେଶ୍ଵର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ। ସେ କହିଛନ୍ତି ୩ ଜଣଙ୍କୁ ଗିରଫ କରିଥିବା କହୁଛନ୍ତି , ହେଲେ ମୁଖ୍ୟ ଅଭିଯୁକ୍ତ କେବେ ଗିରଫ ହେବ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ଏସ୍ପିଙ୍କ ସହ ଆଲୋଚନା କରିବି। ପଶ୍ଚିମବଙ୍ଗ ଗସ୍ତରେ ଯାଇ ପୀଡିତାଙ୍କୁ ଭେଟିବି। ପଶ୍ଚିମବଙ୍ଗ ଏବେ ଅସାମାଜିକ ଓ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ପାଲଟିଛି। କେବଳ ମହିଳା ନୁହଁନ୍ତି , ସମସ୍ତଙ୍କ ପାଇଁ ପଶ୍ଚିମବଙ୍ଗ ଏବେ ଅସୁରକ୍ଷିତ।
Popular Categories



