www.samajalive.in
Tuesday, December 9, 2025
26.1 C
Bhubaneswar

ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ: ୫ଥରର ବିଶ୍ବ ଚମ୍ପିଆନ ଲିନ୍‌ ଡାନ୍‌ଙ୍କୁ ହରାଇଲେ ପ୍ରଣୟ

ବାସେଲ୍‌ : ଏଠାରେ ଚାଲିଥିବା ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ରେ ଅଦ୍ୟାବଧି ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି ଯୁବ ଭାରତୀୟ ଖେଳାଳି ଏଚ୍.ଏସ୍. ପ୍ରଣୟ। ୫ ଥର ବିଶ୍ବ ଚମ୍ପିଆନ୍ ତଥା ୨ ଥର ଅଲିମ୍ପିକ୍ ଚମ୍ପିଆନ୍ ଚୀନ୍‌ର ଲିନ୍ ଡାନ୍‌ଙ୍କୁ ପରାସ୍ତ କରିଛନ୍ତି ପ୍ରଣୟ। ମଙ୍ଗଳବାର ପୁରୁଷ ସିଙ୍ଗଲ୍‌ସର ୨ୟ ରାଉଣ୍ଡ ମ୍ୟାଚ୍‌ରେ ପ୍ରଣୟ ୧୧ଶ ସିଡ୍ ଲିନ୍ ଡାନ୍‌ଙ୍କୁ ଏକ ମାରାଥନ୍ ଲଢ଼େଇ ପରେ ୨୧-୧୧, ୧୩-୨୧, ୨୧-୭ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହ ବିଶ୍ବର ୩୦ନଂ ଖେଳାଳି ପ୍ରଣୟ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

୬୨ ମିନିଟ ଧରି ଚାଲିଥିବା ଏହି ମୁକାବିଲାର ପ୍ରଥମ ଗେମ୍‌ରେ ପ୍ରଣୟଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଏହି ଗେମ୍‌କୁ ପ୍ରଣୟ ୨୧-୧୧ରେ ଜିତିବା ପରେ ଚୀନ୍‌ର ଏହି ଭେଟେରାନ୍ ଖେଳାଳି ୨ୟ ଗେମ୍‌ରେ ପୂରା ଲୟକୁ ଫେରିଥିଲେ। ଏହି ଗେମ୍‌କୁ ଡାନ୍ ୨୧-୧୩ରେ ଜିତିବା ପରେ ୩ୟ ଗେମ୍‌​‌େ​‌ର ସମସ୍ତଙ୍କୁ ଚକିତକରି ପ୍ରଣୟ ସମ୍ପୂର୍ଣ୍ଣ ଭାବରେ ଲିନ୍ ଡାନଙ୍କ ବିପକ୍ଷରେ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଣୟ ଆଗୁଆ ରହିଥିଲେ ଏବଂ ଏହାକୁ ସହଜରେ ୨୧-୭ରେ ଜିତି ନେଇଥିଲେ। ଲିନ୍‌ ଡାନ୍‌ଙ୍କ ବିପକ୍ଷରେ ଏହା ପ୍ରଣୟଙ୍କ ୫ମ ମ୍ୟାଚ୍ ଥିଲା ଏବଂ ଏହି ବିଜୟକୁ ମିଶାଇ ପ୍ରଣୟ ୩-୨ରେ ଆଗୁଆ ରହିଛନ୍ତି। ୨୦୧୫ ଫ୍ରେଞ୍ଚ୍ ଓପନ୍ ଓ ୨୦୧୮ ଇଣ୍ଡୋନେସିଆ ଓପନ୍‌ରେ ଡାନ୍‌ଙ୍କୁ ପ୍ରଣୟ ପରାସ୍ତ କରିଥିଲେ। ପ୍ରଥମ ରାଉଣ୍ଡରେ ପ୍ରଣୟ ଫିନ୍‌ଲାଣ୍ଡର ଏଇଟୁ ହିଏନୋଙ୍କୁ ସହଜରେ ପରାସ୍ତ କରିଥିଲେ। ଗୁରୁବାର ୩ୟ ରାଉଣ୍ଡରେ ପ୍ରଣୟ ବିଶ୍ବର ୧ନଂ ଖେଳାଳି ଜାପାନର କେଣ୍ଟୋ ମୋମୋଟାଙ୍କ ମୁକାବିଲା କରିବେ। ପୁରୁଷ ସିଙ୍ଗଲ୍‌ସର ୩ୟ ରାଉଣ୍ଡରେ ପ୍ରବେଶ କରିଥିବା ୨ୟ ଭାରତୀୟ ଖେଳାଳି ହେଲେ ବି. ସାଇ ପ୍ରଣିତ। ୧୬ଶ ସିଡ୍ ସାଇ ପ୍ରଣିତ କୋରିଆର ଲି ଡଙ୍ଗ୍ କିଓନ୍‌ଙ୍କୁ ସହଜରେ ୨୧-୧୬, ୨୧-୧୫ ଗେମ୍‌ରେ ପରାସ୍ତ କରିଛନ୍ତି। ୫୬ ମିନିଟରେ ସାଇ ପ୍ରଣିତ ଏହି ମୁକାବିଲା ଜିତି ନେଇଥିଲେ। ପୂର୍ବରୁ ଡଙ୍ଗ୍ କିଓନ୍‌ଙ୍କଠାରୁ ୨ ଥର ପରାସ୍ତ ହୋଇଥିବା ସାଇ ପ୍ରଣିତ ତାଙ୍କ ବିପକ୍ଷରେ ୨ୟ ବିଜୟ ହାସଲ କରିଛନ୍ତି। ଗୁରୁବାର ସାଇ ପ୍ରଣିତ ୩ୟ ରାଉଣ୍ଡ ମ୍ୟାଚ୍ ଖେଳିବେ। ମନୁ ଅତ୍ରି ଓ ବି. ସୁମିତ ରେଡ୍‌ଡୀ ପୁରୁଷ ଡବଲ୍‌ସର ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମନୁ-ସୁମିତ ୨ୟ ରାଉଣ୍ଡରେ ଫ୍ରାନ୍‌ସର ଯୋଡ଼ି ଥମ୍ ଜି​‌େ​‌କ୍ବଲ ଓ ରୋନାନ୍ ଲାବାରଙ୍କୁ ୨୧-୧୩, ୨୧-୧୩ ଗେମ୍‌ରେ ପରାସ୍ତ କରିଛନ୍ତି। ଭାରତୀୟ ମହିଳା ଡବଲ୍‌ସ ଯୋଡ଼ି ଅଶ୍ବିନୀ ପୋନପ୍ପା ଓ ଏନ୍. ସିକ୍ସି ରେଡ୍‌ଡୀ ମଧ୍ୟ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅଶ୍ବିନୀ-ସିକ୍ସିଙ୍କୁ ୨ୟ ରାଉଣ୍ଡରେ ଚାଇନିଜ୍ ତାଇପେର ଯୋଡ଼ି ୱାକ୍‌ଓଭର ଦେଇଥିଲେ। ପୁରୁଷ ଡବଲ୍‌ସରେ ଭାରତକୁ ନିରାଶା ମିଳିଛି। ଭାରତର ଅରୁଣ ଜର୍ଜ ଓ ସାନ୍ୟମ୍ ଶୁକ୍ଳାଙ୍କୁ ଜାପାନର ଯୋଡ଼ି ଟାକୁଟୋ ଇନୋକ୍ ଓ ୟୁକି କାନେକୋ ୨୧-୧୮, ୨୧-୧୧ରେ ପରାସ୍ତ କରିଛନ୍ତି। ମହିଳା ଡବଲ୍‌ସରେ ଚାଇନିଜ୍ ତାଇପେର ଯୋଡ଼ି ଚିଙ୍ଗ୍ ଓ ଫାଙ୍ଗ୍ ୨୧-୧୫, ୨୧-୧୪ ଗେମ୍‌ରେ ଭାରତର ପୂଜା ଦାଣ୍ଡୁ ଓ ସଞ୍ଜନା ସନ୍ତୋଷଙ୍କୁ ପରାସ୍ତ କରିଛନ୍ତି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories