www.samajalive.in
Monday, December 15, 2025
14.1 C
Bhubaneswar

ପ୍ରତିରକ୍ଷା ମନ୍ତ୍ରଣାଳୟ କମିଟିରୁ ବିଦା ହେଲେ ପ୍ରଜ୍ଞା ଠାକୁର, ସଂସଦୀୟ ଦଳ ବୈଠକରେ ଯୋଗଦେବା ଉପରେ ବିଜେପିର କଟକଣା

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡ୍‌ସେଙ୍କୁ ଦେଶଭକ୍ତ କହିବା ସାଧ୍ଵୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ମହଙ୍ଗା ପଡ଼ିଛି। ଲୋକସଭାରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିବା ପ୍ରଜ୍ଞାଙ୍କ ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତୁରନ୍ତ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ କମିଟିରୁ ବାହାର କରିଦିଆଯାଇଛି। ସେହିପରି ଦଳ ପକ୍ଷରୁ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଜେପିର ସଂସଦୀୟ ଦଳ ବୈଠକରେ ମଧ୍ୟ ସାମିଲ ହେବାକୁ ତାଙ୍କ ଉପରେ ରୋକ୍‌ ଲଗାଯାଇଛି।

ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା କହିଛନ୍ତି ଯେ, ପ୍ରଜ୍ଞା ସିଂହ ଠାକୁର ଲୋକସଭାରେ ବୁଧବାର ଦେଇଥିବା ମନ୍ତବ୍ୟ ନିନ୍ଦନୀୟ। ବିଜେପି ଏଭଳି ମନ୍ତବ୍ୟ ଏବଂ ବିଚାରଧାରାକୁ ସମର୍ଥନ କରୁନାହିଁ। ତେଣୁ ତାଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପରାମର୍ଶଦାତା କମିଟିରୁ ବାହାର କରାଯିବା ସହିତ ଚଳିତ ଅଧିବେଶନ ସମୟରେ ଦଳର ସଂସଦୀୟ ବୈଠକରେ ଭାଗନେବାକୁ ବାରଣ କରାଯିବ।

- Advertisement -

ସୂଚନାଯୋଗ୍ୟ, ଗତ ବୁଧବାର ପ୍ରଜ୍ଞା ଠାକୁର ଲୋକସଭାରେ ନାଥୁରାମ ଗୋଡ୍‌ସେଙ୍କୁ ଦେଶଭକ୍ତ ବୋଲି କହିଥିଲେ। ତାଙ୍କର ଏହି ମନ୍ତବ୍ୟ ପାଇଁ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିବା ସହିତ ଏ ବିଷୟରେ ଚିନ୍ତା କରି ଉପଯୁକ୍ତ ନିଷ୍ପତ୍ତି ନେବା ଉଚିତ, ଯାହା ଦେଶ ପାଇଁ ହିତକର ବୋଲି କହିଥିଲେ। ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଗୁରୁବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପ୍ରଜ୍ଞା ଠାକୁର ଯାହା କହିଛନ୍ତି ତାହା ବିଜେପି ଏବଂ ଆରଏସଏସ ମନରେ ଅଛନ୍ତି ବୋଲି କହିଥିଲେ। ଏହାକୁ ଲୁଚାଯାଇ ପାରିବ ନାହିଁ ବୋଲି ରାହୁଲ କହିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories