ରେଙ୍ଗାଲିକେମ୍ପ : ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ଜିଲ୍ଲାର ସୁନା ପୁଅ ଭାବେ ସାମ୍ପ୍ରତିକ ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରା ବ୍ୟାଟମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ସମ୍ମାନିତ କରାଯାଇଛି। ବରଗଡ଼ ଟାଉନ୍ ହଲଠାରେ ପୁଷ୍ପ ଗୁଚ୍ଛ ଦେଇ ତାଙ୍କୁ ସମ୍ମାନିତ କରାଯାଇଛି ସଂଗଠନ ତରଫରୁ। ଏହି କାର୍ୟ୍ୟକ୍ରମରେ ମହିଳା ପ୍ରମୁଖ ମେନକା ବାଗ୍, ସମ୍ପାଦିକା ରିତାଲୀ ଦାଶ, ଆଜୀବନ ସଭ୍ୟ ତଥା ସମାଜସେବୀ ବିନୋଦ ଅଗ୍ରୱାଲ ଓ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ମୁକୁନ୍ଦ ଦାଶ ଯୋଗ ଦେଇ ଅଭିନନ୍ଦନ ଜଣାଇଥିଲେ।
Popular Categories



