www.samajalive.in
Monday, December 15, 2025
14.1 C
Bhubaneswar

ଦେଶରେ ପର୍ଯ୍ୟାପ୍ତ କୋଇଲା ଅଛି: ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ: ଦେଶରେ ପର୍ଯ୍ୟାପ୍ତ ପରିମାଣରେ କୋଇଲା ମହଜୁଦ ରହିଛି। ଖଣିଗୁଡିକରେ ଉତ୍ତୋଳନ ପରେ ୭୨.୫୦ ନିୟୁତ ଟନ୍‍ କୋଇଲା ଥିବାବେଳେ ତାପଜ ଶକ୍ତିକେନ୍ଦ୍ରଗୁଡିକରେ ପ୍ରାୟ ୨୨ ନିୟୁତ ଟନ୍‍ ମହଜୁଦ ରହିଛି। ଯେତିକି କୋଇଲା ମହଜୁଦ ରହିଛି ତାହା ପ୍ରାୟ ଏକ ମାସ ଆବଶ୍ୟକତା ପୂରଣ କରିବ ଏବଂ ପ୍ରତିଦିନ ରେକର୍ଡ ଉତ୍ପାଦନ ସହିତ ମହଜୁଦ ପରିମାଣ ବୃଦ୍ଧିପାଉଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି। ସେ କହିଛନ୍ତି ଯେ ସମ୍ପ୍ରତି କୋଲ ଇଣ୍ଡିଆ ଲିମିଟେ. ସିଙ୍ଗାରେଣି କୋଲିୟାରୀ କମ୍ପାନୀ ଲିମିଟେଡର ବିଭିନ୍ନ ଖଣିରୁ ଉତ୍ପାଦନ ପରେ ମହଜୁଦ ସ୍ଥଳ ଏବଂ କୋଲ ୱାଶେରୀଗୁଡିକରେ ୭୨.୫୦ ନିୟୁତ ଟନ୍‍ କୋଇଲା ଗଚ୍ଛିତ ଅଛି। ସରକାରଙ୍କର ପ୍ରାଥମିକ ତଥ୍ୟ ଅନୁଯାୟୀ ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶରେ ୭୭୭.୨୩ ନିୟୁତ ଟନ୍‍ କୋଇଲା ଉତ୍ତୋଳନ କରାଯାଇଛି, ଯାହା ୨୦୨୦-୨୧ ବର୍ଷରେ ୭୧୬ ନିୟୁତ ଟନ୍‍ ଥିଲା। ଗତବର୍ଷ କୋଇଲା ଉତ୍ତୋଳନରେ ୮.୫୫% ବୃଦ୍ଧିଘଟିଛି।

କୋଲ୍‍ ଇଣ୍ଡିଆ ଲିମିଟେଡର ଉତ୍ତୋଳନ ୨୦୨୦-୨୧ ବର୍ଷରେ ୫୯୬.୨୪ ନିୟୁତ ଟନ୍‍ ଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ୪.୪୩% ବୃଦ୍ଧିପାଇ ୬୨୨.୬୪ ନିୟୁତ ଟନ୍‍ ହୋଇଥିଲା। ସେହିଭଳି ସିଙ୍ଗାରେଣି କୋଲିୟାରର ଉତ୍ତୋଳନ ୨୦୨୦-୨୧ରେ ୫୦.୫୮ ନିୟୁତ ଟନ୍‍ ଥିବାବେଳେ ୨୦୨୧-୨୨ରେ ତାହା ୨୮.୫୫% ବୃଦ୍ଧିପାଇ ୬୫.୦୨ ନିୟୁତ ଟନ୍‍ ହୋଇଥିଲା। ସେହି ସମୟରେ ବିଭିନ୍ନ କମ୍ପାନୀର ନିଜସ୍ୱ ଖଣିରୁ ଉତ୍ତୋଳନ ୮୯.୫୭ ନିୟୁତ ଟନ୍‍କୁ ବୃଦ୍ଧିପାଇଛି, ଯାହା ୨୦୨୦-୨୧ରେ ୬୯.୧୮ ନିୟୁତ ଟନ୍‍ ରହିଥିଲା। ସେହିଭଳି ୨୦୨୧-୨୨ରେ କୋଇଲା ପରିବହନ ୧୮.୪୩% ବୃଦ୍ଧିପାଇ ୮୧୮.୦୪ ନିୟୁତ ଟନ୍‍ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶରେ ୬୯୦.୭୧ ନିୟୁତ ଟନ୍‍ କୋଇଲା ପରିବହନ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories