www.samajalive.in
Monday, December 15, 2025
14.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଦୀପ ମାଝୀ

ନବରଙ୍ଗପୁର: ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ ମାଝୀ କଂଗ୍ରେସ ଛାଡି ବିଜୁ ଜନତା ଦଳରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ଭୂବନେଶ୍ୱର ନବୀନ ନିବାସରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଏସଂପର୍କରେ ପ୍ରଦୀପ ତାଙ୍କର ଫଟୋ ଫେସବୁକରେ ଛାଡିଛନ୍ତି। ଏହାକୁ ନେଇ ଜିଲାରେ ରାଜନୀତି ସରଗରମ ହୋଇଛି। ତେବେ ବିଜେଡିରେ ଯୋଗ ଦେବା ପରେ ପ୍ରଦୀପଙ୍କୁ ବର୍ତ୍ତମାନ ସୁଦ୍ଧା କୈାଣସି ପଦପଦବୀ ମିଳି ନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବଡ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଗତ ୬ ତାରିଖରେ ନବରଙ୍ଗପୁରରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ବିଜେଡି ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ସାମଲ ହୋଇଥିଲେ। ଏହି ସମାବେଶରେ ପ୍ରଦୀପଙ୍କୁ ଦଳରେ ଉଚିତ ସମ୍ମାନ ଦିଆଯିବ ବୋଲି ପ୍ରଣବ ଘୋଷଣା କରି କହିଥିଲେ। ବିଜେଡି ମିଶିବାର ୧୦ଦିନ ପରେ ପ୍ରଦୀପ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ରାଜନୀତି ମହଲରେ ଜୋର ଆଲୋଚନା ହେଉଛି। ତେବେ ପ୍ରଦୀପଙ୍କୁ ବିଜେଡିର ଦକ୍ଷିଣ ଓଡିଶାର ସଙ୍ଗଠନ ଦାୟିତ୍ୱ ଦିଆଯିବ ବୋଲି କୁହାଯାଉଥିବା ବେଳେ ରାଜ୍ୟସଭା ସାଂସଦ କରାଯାଉଥିବା ନେଇ ଆଲୋଚନା ହେଉଛି। ଆସନ୍ତା ଜୁନ୍‍ ମାସରେ ରାୟଗଡାର ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ଅବଧି ଶେଷ ହେବାକୁ ଥିବା ବେଳେ ସେହି ପଦରେ ପ୍ରଦୀପଙ୍କୁ ପଠାଯିବ ବୋଲି କୁହାଯାଉଛି। ଅନ୍ୟ ସମର୍ଥକ କହିବା ପ୍ରକାରେ ଦକ୍ଷିଣ ଓଡିଶା ବିକାଶ ପରିଷଦ ଗଠନ କରାଯାଇ ଅଧ୍ୟକ୍ଷ ପଦବୀରେ ପ୍ରଦୀପଙ୍କୁ ଅବସ୍ଥାପତି କରାଯିବାକୁ ବିଚାର ବିମର୍ଶ ଚାଲିଥିବା କୁହାଯାଉଛି।

- Advertisement -

କ୍ରମବର୍ଦ୍ଧିଷ୍ଣୁ ବିଜେପିକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କୁ ନବରଙ୍ଗପୁର ଲୋକସଭାରେ ବିଜେଡି ସାଂସଦ ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ଯେହେତୁ ପ୍ରଦୀପଙ୍କୁ ପ୍ରାର୍ଥୀ କଲେ ବିଜେଡିର ପାରମ୍ପରିକ ଭୋଟ ସହିତ ପ୍ରଦୀପ ସମର୍ଥକ କଂଗ୍ରେସ ଭୋଟ ବିଭାଜନ ହେବା ସହ ଏହା ବିଜେଡି ବିଜୟୀରେ ସହଜ ହେବ ବୋଲି ଆକଳନ କରାଯାଉଥିବା ଜଣାପଡିଛି। ତେବେ ପ୍ରଦୀପଙ୍କୁ ନେଇ ରାଜନୀତି ମହଲରେ ବିଭିନ୍ନ ଚର୍ଚ୍ଚା ଆଲୋଚନା ହେଉଥିଲେ ହେଁ ମୁଖ୍ୟମନ୍ତ୍ରୀ ନବୀନ ବାବୁ କ’ଣ ଚୁଡାନ୍ତ ନିଷ୍ପତ୍ତି ନେବେ ତାହା ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories