www.samajalive.in
Sunday, December 14, 2025
17.1 C
Bhubaneswar

କୋଭିଡରୁ ମୁକ୍ତ ପ୍ରଦୀପ୍ତ ନାଏକ: ଚଲାବୁଲା କରୁଛନ୍ତି, ପରିବାର ଲୋକଙ୍କ ସହ କଥା ହେଉଛନ୍ତି

ଭୁବନେଶ୍ବର: କରୋନା ଆକ୍ରାନ୍ତ ହୋଇ ଏପ୍ରିଲ ୨୦ରେ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏବେ କରୋନା ମୁକ୍ତ ହୋଇଛନ୍ତି। ପ୍ରଦୀପ୍ତ ନାଏକ ୧୫ଦିନ ହେଲା କରୋନା ମୁକ୍ତ ହୋଇଛନ୍ତି। ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଏବେ ତାଙ୍କଠାରେ କୌଣସି ଲାଇଭଲାଇନ ସପୋର୍ଟ ଲାଗିନାହିଁ। ଆଇସିୟୁରେ ଥିଲେ ମଧ୍ୟ ୱାର୍ଡରେ ଥିବାଭଳି ରହିଛନ୍ତି। ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟବସ୍ଥାରେ ଦ୍ରୁତ ଉନ୍ନତି ହେଉଛି ବୋଲି ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।


ଏମ୍‌ସ ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି ଯେ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କୁ ଚିକିତ୍ସା କରିବା ପାଇଁ ଏମ୍‌ସର ୨ଜଣ ଡାକ୍ତର ଏବଂ ରାଜ୍ୟ ସରକାରଙ୍କ ୨ଜଣ ଡାକ୍ତରଙ୍କୁ ନେଇ ଏକ ଟିମ ଗଠନ କରାଯାଇଛି। ପ୍ରତିଦିନ ଏହି ଟିମର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସ୍ବତନ୍ତ୍ର ଚିକିତ୍ସା ଚାଲିଛି। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ପ୍ରଦୀପ୍ତ ନାଏକ ଚଲାବୁଲା କଲେଣି, ପରିବାର ଲୋକଙ୍କ ସହ କଥା ହେଉଛନ୍ତି। ୧୫ ଦିନ ହେବ କୋଭିଡରୁ ମୁକ୍ତ ହୋଇଛନ୍ତି। ଏବେ ଯେମିତି ଅଛନ୍ତି, ଯଦି ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରୁହେ ତାହେଲେ ୩/୪ ଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି ଅଧୀକ୍ଷକ ଡା.ସଚ୍ଚିଦାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories