www.samajalive.in
Monday, December 8, 2025
14.1 C
Bhubaneswar

ପ୍ରକାଶ ପାଇଲା ସିବିଏସଇ ପରୀକ୍ଷାଫଳ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ମିଳିଲା ଶତ ପ୍ରତିଶତ ସଫଳତା

ଭୁବନେଶ୍ବର: ଭିଏସଏସନଗରସ୍ଥିତ ପ୍ରଭୁଜୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସିବିଏସଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଦଶମ ଶ୍ରେଣୀ ପରୀକ୍ଷାରେ ଯୁଗ୍ମ ଭାବେ ଶୁଭଶ୍ରୀ ବଳିୟାରସିଂ ଓ ଅର୍ପିତା ଜେନା୯୮.୨% ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇ ଥିଲାବେଳେ ଯୁଗ୍ମ ଭାବେ ସୁରଜ ସାମଲ ଏବଂ ଶ୍ରେୟାଶ ପ୍ରଧାନ ୯୭.୮ % ନମ୍ବର ରଖି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି।

ସେହିପରି ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ବିଭାଗରେ ଯୁଗ୍ମ ଭାବେ ଆଦ୍ୟାଶ ଓ ପଟ୍ଟନାୟକ ଏବଂ ତନ୍ମୟୀ ତନୁସ୍ମିତା୯୬.୨% ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ହୋଇଥିଲାବେଳେ ସଂକେତ ପାଣିଗ୍ରାହୀ୯୫.୨% ଏବଂ ବିଶ୍ବଜିତ ପଣ୍ଡା୯୪% ରଖି ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ସ୍ୱସ୍ତିକ ପାଢ଼ୀ୯୨% ନମ୍ବର ରଖି ବାଣିଜ୍ୟରେ ପ୍ରଥମ ହୋଇଥିଲାବେଳେ ଏନ. ବିଦ୍ୟାଶ୍ରୀ ୯୧.୩୩% ନମ୍ବର ରଖି କଳା ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରଛାତ୍ରୀମାନଙ୍କ ଏହି ସଫଳତାରେ ବିଦ୍ୟଳୟର ସଭାପତି ସ୍ୱାମୀ ଶଙ୍କରାନନ୍ଦ ଗିରି,ସମ୍ପାଦିକା ଡା. ବୀଣାପାଣି ରଥ, ଅଧ୍ୟକ୍ଷ ଅଭୟ କୁମାର ରଥ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଖୁସିବ୍ୟକ୍ତ କରିବା ସହ ପିଲାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories