www.samajalive.in
Monday, December 15, 2025
17.1 C
Bhubaneswar

ଭୁବନେଶ୍ୱରଠାରେ ପ୍ରବାସୀ ଓଡ଼ିଆ ଭବନ ଉଦ୍‍ଘାଟିତ

ଓଡ଼ିଶା ବାହାରେ ଭାରତବର୍ଷର ବିଭିନ୍ନ ମହାନଗର, ଅନ୍ୟାନ୍ୟ ପ୍ରଦେଶ ଓ ବିଦେଶରେ ବସବାସ କରୁଥିବା ଦେଢ଼କୋଟି ଓଡ଼ିଆ ନିଜ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ମହତ୍ୱପୂର୍ଣ୍ଣ ଯୋଗଦାନ କରିପାରିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ଭୁବନେଶ୍ୱର ୟୁନିଟ୍‍-୨ଠାରେ ପ୍ରବାସୀ ଓଡ଼ିଆ ଭବନର ଉଦ୍‍ଘାଟନ ଅବସରରେ ଉପସ୍ଥିତ ଅତିଥିମାନେ ରାଜ୍ୟର ରାଜଧାନୀରେ ବିରାଜମାନ ଏହି ଭବନ, ଓଡ଼ିଶା ସହିତ ପ୍ରବାସୀ ଓଡ଼ିଆମାନଙ୍କର ସାମାଜିକ, ସାଂସ୍କୃତିକ ଓ ଭାଗବତ ସୁସମ୍ପର୍କ ରକ୍ଷା କରାଯିବା ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି।

ପ୍ରବାସୀ ଓଡ଼ିଆ ଭବନର ପରିଚାଳକ ସଂସ୍ଥା ନୂଆଦିଲ୍ଲୀସ୍ଥିତ ଓଡ଼ିଆ ମହାମଞ୍ଚ ଦ୍ୱାରା ଆୟୋଜିତ ଏହି ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ ସାହୁ, ପ୍ରବାସୀ ଓଡ଼ିଆମାନେ ରାଜ୍ୟର ସାମାଜିକ, ଆର୍ଥିକ ଏବଂ ବୌଦ୍ଧିକ ବିକାଶ ନେଇ ସକ୍ରୀୟ ସହଯୋଗ ଦେବାକୁ ଆହ୍ୱାନ ଜଣାଇଥିଲେ। ପ୍ରବାସରୁ ଆସୁଥିବା ଓଡ଼ିଆ ଭାଇଭଉଣୀମାନଙ୍କର ରହିବା ଓ ସେବା ତଥା ସୁବିଧା ପାଇଁ ଏହି ଭବନ ଏକ ଅସ୍ଥାୟୀ ଅତିଥିଶାଳା ଭାବରେ କାର୍ଯ୍ୟ କରିବ ବୋଲି ଡଃ. ସାହୁ କହିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ରାଜ୍ୟ ଗ୍ରାମଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଉପସ୍ଥିତ ପ୍ରବାସୀ ଓଡ଼ିଆମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରବାସୀ ଓଡ଼ିଆ ଭବନର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ।

- Advertisement -

ସମାରୋହରେ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ସମଗ୍ର ପୃଥିବୀର ଓଡ଼ିଆମାନେ ଏକଜୁଟ ଓ ମଜବୁତ ଭାବେ ଛିଡ଼ା ହୋଇ ନିଜର ମାତୃ ରାଜ୍ୟର ମଙ୍ଗଳ ପାଇଁ ସମସ୍ତ ସହାୟତା ପ୍ରଦାନ କରିବା ପାଇଁ ନିବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଡଃ. ବ୍ୟମକେଶ ରାୟ, ବରୀ ବିଧାୟିକା ସୁନନ୍ଦା ଦାସ, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ବରିଷ୍ଠ ପ୍ରଶାସକ କୁଳମଣି ବିଶ୍ୱାଳ, ଚୌଧୁରୀ ରମାକାନ୍ତ ଦାସ, ବିଶିଷ୍ଟ ସଂଗୀତଜ୍ଞ ମୋହିତ ଚକ୍ରବର୍ତ୍ତୀ ଏବଂ ସମାଜସେବୀ ଶୁଭଶ୍ରୀ ଦାସ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

ପ୍ରବାସୀ ଓଡ଼ିଆ ନେତୃବୃନ୍ଦଙ୍କ ମଧ୍ୟରେ ଏହି ସମାବେଶରେ ବେଙ୍ଗାଲୁରୁରୁ ନିହାର ସାମନ୍ତରା, ମୁମ୍ବଇରୁ ହିତେଶ ମିଶ୍ର, ଦିଲ୍ଲୀରୁ ବିଭୁ ପ୍ରସାଦ ସାହୁ, ଅବନୀ ସାହୁ, କାବେରୀ ବେହେରା, ସୁଶ୍ରୀ ସଙ୍ଗୀତା, ଇତିଶ୍ରୀ ପ୍ରହରାଜ ଓ ମାନେସରରୁ ଉମାଶଙ୍କର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସମଗ୍ର କାର୍ଯ୍ୟକ୍ରମର ସୁଚାରୁ ରୂପେ ଆୟୋଜନ ଓ ସୁସମ୍ପାଦନା କରିବାରେ ଓଡ଼ିଆ ମହାମଞ୍ଚର ଦୁଇ ନିର୍ଦ୍ଦେଶକ ଗୋବର୍ଦ୍ଧନ ଧଳ ଏବଂ ମନୋଜ ନାୟକ ତଥା ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ। ଉତ୍ସବ ପରିଚାଳନାରେ ମହାମଞ୍ଚର ବରିଷ୍ଠ ସଦସ୍ୟ ରାକେଶ ବିଶ୍ୱାଳ, ତନ୍ମୟ ସ୍ୱାଇଁ ଓ ଅରୁଣ ସାହୁ ପ୍ରମୁଖ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories