ଦିଲ୍ଲୀବାସୀଙ୍କ ପାଇଁ ବିଦ୍ୟୁତ୍ ରିଆତି ଇଚ୍ଛାଧୀନ

ଉପଭୋକ୍ତା ଚାହିଁଲେ ମାଗଣା ସୁବିଧା ଛାଡ଼ିପାରିବେ

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ଯୋଗାଇ ଦିଆଯାଉଥିବା ମାଗଣା ବିଜୁଳି ଏବେ ଇଚ୍ଛାଧୀନ ପ୍ରସଙ୍ଗ ହୋଇଛି। ଅର୍ଥାତ୍ ଯେଉଁମାନେ ମାଗଣା ବିଜୁଳି ନେବାକୁ ଇଚ୍ଛା କରିବେ ସରକାର ସେମାନଙ୍କୁ ଏହା ଯୋଗାଇ ଦେବେ। ଯେଉଁ ସ୍ବଚ୍ଛଳ ବର୍ଗର ଲୋକ ମାଗଣା ବିଜୁଳି ନେବାକୁ ଆଗ୍ରହ କରିବେ ନାହିଁ ସେମାନଙ୍କୁ ଏହା ଦିଆଯିବ ନାହିଁ। ଦିଲ୍ଲୀ ସରକାର ଏବେ ପ୍ରତ୍ୟେକ ଗ୍ରାହକଙ୍କୁ ମାସିକ ୨୦୦ ୟୁନିଟ୍ ବିଜୁଳି ମାଗଣାରେ ଯୋଗାଇ ଦେଉଛନ୍ତି। ଉପଭୋକ୍ତାମାନେ ମାଗଣା ସରକାରଙ୍କ ଠାରୁ ବିଜୁଳି ରିଆତି ନେବାକୁ ଆଗ୍ରହୀ ସେମାନଙ୍କୁ ସେପ୍ଟେମ୍ବର ୧୪ରୁ ୩୦ ତାରିଖ ମଧ୍ୟରେ ଆବେଦନ କରିବାକୁ ହେବ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ସୂଚନା​‌ ଦେଇଛନ୍ତି। ଉପଭୋକ୍ତାମାନେ ଉଭୟ ଅନଲାଇନ ଓ ଅଫ୍‌ଲାଇନରେ ବିଜୁଳି ରିଆତି ପାଇଁ ଆବେଦନ କରିବେ। ଯେଉଁମାନେ ରିଆତି ନିମନ୍ତେ ଆବେଦନ କରିବେ ନାହିଁ ସେମାନଙ୍କୁ ବିଦ୍ୟୁତ୍ ରିଆତି ଆଉ ମିଳିବ ନାହିଁ। ସାମ୍ବାଦିକ ସମ୍ମିଳନୀରେ କେଜରିୱାଲ କହିଛନ୍ତି ଯେ ଅନେକ ଲୋକ ବିଦ୍ୟୁତ୍‌ ରିଆତି ଛାଡିବାକୁ ଆଗ୍ରହୀ। ତେଣୁ ସରକାର ମାଗଣା ବିଦ୍ୟୁତ୍ ସୁବିଧାକୁ ଇଚ୍ଛାଧୀନ କରିଛନ୍ତି।

kalyan agarbati

Comments are closed.