ଦେଖନ୍ତୁ  କିପରି ଫାଟିଗଲା ପାଓ୍ୱାରବ୍ୟାଙ୍କ ବର୍ତ୍ତି ଗଲେ ଯାତ୍ରୀ

0

କିଛି ଦିନ ତଳେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଜଣେ ବ୍ୟକ୍ତି ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ତାଙ୍କ ପକେଟ୍‌ରେ ଥିବା ଫୋନ୍‌ ଫାଟି ଯିବାର ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଥିଲା । ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଛାଡି ଦିଆଯାଇଥିଲା। ଏବେ ଏପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବ୍ୟାଗ ଭିତରେ ପାଓ୍ୱାର ବ୍ୟାଙ୍କ ଧରି ଯାତ୍ରା କରୁଥିବା ବେଳେ ଜଣେ ଯାତ୍ରୀଙ୍କର ପାଓ୍ୱାର ବ୍ୟାଙ୍କଟି ଫାଟିଯାଇଥିଲା ।

ଏଥିରର ପ୍ରବଳ ନିଆଁ ଓ ଧୂଆଁ ବାହାରିଥିଲା । ପାଖରେ ବସିଥିବା ଯାତ୍ରୀମାନେ ମଧ୍ୟ ହଠାତ୍‌ କଅଣ ହେଲା ବୋଲି ଜାଣି ପାରି ନ ଥିଲେ । ଚୀନ୍‌ର ଗୁଆଙ୍ଗଜୋଉ ଅଞ୍ଚଳରେ ଏହା ଘଟିଛି । ବସ୍ ଭିତରେ ଲାଗିଥିବା ସିସିଟିଭିରେ ଏହି ଘଟଣା କଏଦ ହୋଇଛି ।

ଦେଖନ୍ତୁ କିପରି ଫାଟିଥିଲା ପାଓ୍ୱାର ବ୍ୟାଙ୍କ

Leave A Reply