ଐତିହାସିକ ପୋତାଗଡ଼ ଦୁର୍ଗର ହେବ ପୁନଃରୁଦ୍ଧାର, ଖର୍ଚ୍ଚ ଅଟକଳ ୬ କୋଟି ୯୪ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ

ଗଞ୍ଜାମ: ଗଞ୍ଜାମ ସହର ନିକଟରେ ଅବସ୍ଥିତ ଐତିହାସିକ ପୋତାଗଡ଼ ଦୁର୍ଗର ହେବାକୁଥିବା ପୁନଃରୁଦ୍ଧାର କାର୍ଯ୍ୟର ଶନିବାର ସମୀକ୍ଷା କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା। ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ବ୍ୟୟ ବରାଦ ହୋଇଥିବା ୬ କୋଟି ୯୪ ଲକ୍ଷ ୯୮ ହଜାର ଟଙ୍କା ବ୍ୟୟ ଅଟକଳରେ ଆଗାମୀ ଦିନରେ ହେବାକୁଥିବା ଗଡ଼ଘାଇର ପୁନଃରୁଦ୍ଧାର, ବୋଟିଙ୍ଗ ବ୍ୟବସ୍ଥା, ପ୍ରୋଟେକ୍ସନ ୱାଲ ଏବଂଦୁଇଟି ସୁଇଚ ଗେଟ ନିର୍ମାଣ ହେବାର ଯୋଜନା ରହିଛି। ସେସବୁ କିଭଳି କଣ ହେବ ଏନେଇ ବିଭାଗିୟ ଅଧିକାରୀଙ୍କ ସହଆଲୋଚନା ଏବଂ ପୋତାଗଡ଼ର ବିଭିନ୍ନ ପାର୍ଶ୍ୱ ର ପରିଦର୍ଶନ କରିଥିଲେ l ପୋତାଗଡ଼ର ସୌନ୍ଦର୍ଯ୍ୟ କରଣ ପାଇଁ ବିଭିନ୍ନ ଅନୁସାଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଥିଲେ। ଯଥା ଶୀଘ୍ର ଏହି କାର୍ଯ୍ୟ କିଭଳି ହେବ ସେ ବିଷୟରେ ମଧ୍ୟ୍ୟ ଆଲୋଚନା କରିଥିଲେ।

ସୂଚନା ଯୋଗ୍ୟଯେ ପୋତାଗଡ଼ କିପରି ଉନ୍ନତି ହେବ ଏନେଇ ଛତ୍ରପୁର ବିଧାୟକ ସୁବାସ ବେହେରା ଗତ ୨୦୨୧ମସିହାରେ ରେ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ, ଓ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ। ଏହି ସମୀକ୍ଷା ବେଳେ ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଜୟଦୀପ ପଣ୍ଡା, ଋଷିକୁଲ୍ୟା ଜଳ ସମ୍ପଦ ବିଭାଗ ସହକାରୀ ଅଧିକ୍ଷଣ ଯନ୍ତ୍ରୀ ଅଜିତ କୁମାର ପ୍ରଧାନ, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, ଜିଲା ପରିଷଦ ସଭ୍ୟ ସନାତନ ବେହେରା, ଗଞ୍ଜାମ ନଗର ଯୁବ ସଭାପତି ସୁଧୀର କୁମାର ପାଢ଼ୀ, ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, କଉନସିଲର ପୁରୁଷତ୍ତମ ସାହୁ, ଚନ୍ଦ୍ର ଶେଖର ରେଡି, ସ୍ୱାଗତ ଆଶିଷ ନାୟକ, ସୁଜାତା ମହାନ୍ତି, ସଂଯୁକ୍ତା ଦାଶ, ସବିତା ବେହେରା, ରିତାରାଣୀ ମହାରଣା ମହାଲକ୍ଷ୍ମୀ ନାୟକ ପ୍ରମୁଖ ଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ। ସେହିପରି ନୂତନ ପୋଡ଼ମପେଟା ଓଡ଼ିଆରପି କଲୋନୀକୁ ସଂଯୋଗ କରୁଥିବା ସେତୁ, ହୁମ୍ମା ଶୁଖୁଆ ହାଟ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଅତିଶୀଘ୍ର କାର୍ଯ୍ୟ ସମ୍ପୂର୍ଣ କରିବାକୁ ପରାମର୍ଶ ଦେଇଥିଲେ।

Comments are closed.