www.samajalive.in
Monday, December 15, 2025
15.1 C
Bhubaneswar

୧୫୮ କୋଟିରେ ଐତିହ୍ୟ ସ୍ଥଳର ଉନ୍ନତିକରଣ : ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର : ରାଜ୍ୟରେ  ବିଜୁ ଏକ୍ସପ୍ରେସ ୱେ-୨ ଅଧୀନରେ ୧୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇ ବ୍ରହ୍ମପୁରଠାରୁ ଜୟପୁର ପର୍ଯ୍ୟନ୍ତ ୩୩୫ କିଲୋମିଟର ଦୈର୍ଘ୍ୟ ରାସ୍ତାକୁ ୪-ଲେନ ବିଶିଷ୍ଟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ୨୦୨୩-୨୪ ବର୍ଷରେ ଜମି ଅଧିଗ୍ରହଣଜନିତ ଅତିରିକ୍ତ ଅର୍ଥ ରାଶି ଅତିରିକ୍ତ ବଜେଟରେ ବୃଦ୍ଧି କରାଯିବ ବୋଲି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଛନ୍ତି ।
ଶନିବାର ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ବଜେଟ୍ ୨୦୨୩-୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ଐତିହ୍ୟ, ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳର ସମନ୍ୱିତ ବିକାଶ ଯୋଜନା ଅଧୀନରେ ୧୫୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇ କୋଣାର୍କ, ମା’ ଶାରଳା, ମା’ କଟକ ଚଣ୍ଡୀ, ଶ୍ରୀ ନୀଳମାଧବ, ଶିଖରଚଣ୍ଡୀ, ଅଲାରନାଥ ପୀଠ ଆଦିକୁ ଉନ୍ନତ କରାଯିବା ପାଇଁ ସ୍ଥିର କରାଯାଇଛି । ଅବଢା ଯୋଜନା ଅଧୀନରେ ୨୨୩.୯୮ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଐତିହ୍ୟ ସହର ପୁରୀରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ , ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ ସ୍ଥଳ, ମୁସା ନଦୀ ଏବଂ ସ୍ମାରକୀ ପୋଖରୀର ପୁନରୁଦ୍ଧାର, ବେଳାଭୂମି ସମ୍ମୁଖଭାଗର ବିକାଶ ଇତ୍ୟାଦି କାର୍ଯ୍ୟ ସମାପ୍ତ କରିବା ପାଇଁ ଯୋଜନା କରାଯାଇଛି ।
ଆରଆଇଡିଏଫ୍ ଅଧୀନରେ ୬୯୮.୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇ ରାସ୍ତାର ଉନ୍ନତି ତଥା ରାଜ୍ୟର ଗ୍ରାମାଂଚଳରେ ସେତୁ ନିର୍ମାଣ ପାଇଁ ବ୍ୟବସ୍ଥା ହୋଇଛି । ଏହାଦ୍ୱାରା ୦୮ ଗୋଟି ସେତୁ ଏବଂ ୨୨୦ କିଲୋମିଟର ରାସ୍ତା କାର୍ଯ୍ୟ କରାଯିବ । ସଡକ ରକ୍ଷଣାବେକ୍ଷଣର ବୈଜ୍ଞାନିକ ପରିଚାଳନା ଏବଂ ସେତୁଗୁଡିକର ସ୍ଥିତିର ସର୍ବେକ୍ଷଣ ପାଇଁ ନିର୍ମାଣ ବିଭାଗ କେନ୍ଦ୍ରୀୟ ସଡକ ଅନୁସନ୍ଧାନ ପ୍ରତିଷ୍ଠାନ ସହଯୋଗରେ କାର୍ଯ୍ୟ କରିବ ।
ସେ କହିଛନ୍ତି ଯେ ରାଜ୍ୟରେ ୨୦୨୩-୨୪ ଆର୍ଥକ ବର୍ଷରେ ସଡକ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩୦୦୦ କିଲୋମିଟର ସଡକ, ୦୯ ଗୋଟି ମୁଖ୍ୟ ସେତୁର ଉନ୍ନତିକରଣ ପାଇଁ ୪,୬୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି, ଯାହା ୨୦୨୨-୨୩ ଆର୍ଥକ ବର୍ଷରେ ୧୮୯୦ କୋଟି ଥିଲା । ୬-ଲେନ୍ ବିଶିଷ୍ଟ କଟକ ରିଙ୍ଗ ରୋଡ୍, ତାଳଦଣ୍ଡା କେନାଲର ଉନ୍ନତିକରଣ, ୪-ଲେନ୍ ବିଶିଷ୍ଟ କଟକ-ପାରାଦୀପ ରାସ୍ତା, ୪-ଲେନ୍ ବିଶିଷ୍ଟ କପିଳପ୍ରସାଦ-ଜଟଣୀ ରାସ୍ତା, ପାରଳାଖେମୁଣ୍ଡି ସହିତ ନୂତନ ୪-ଲେନ୍ ବିଶିଷ୍ଟ ସଂଯୋଗ ରାସ୍ତା ଏବଂ ବ୍ରହ୍ମପୁର, ବଲାଙ୍ଗୀର, ସମ୍ବଲପୁର ସହ ଅନ୍ୟାନ୍ୟ ସ୍ଥାନରେ ବାଇପାସ୍ ନିର୍ମାଣ ଆଦି ଏଥିରେ ଅନ୍ତର୍ଭୁକ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଏତଦବ୍ୟତୀତ, ତ୍ରିଶୁଳିଆଠାରେ କାଠଯୋଡି ନଦୀ ଉପରେ ନୂତନ ସେତୁ, ବୈତରଣୀ ନଦୀ ଉପରେ ଚାନ୍ଦବାଲି ଓ ଆନନ୍ଦପୁରଠାରେ ସେତୁ, ଆଳିଠାରେ ବ୍ରାହ୍ମଣୀ ନଦୀ ଉପରେ ସେତୁ ଏବଂ ଦୟା ପଶ୍ଚିମ କେନାଲରେ ୬ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ।
ଗତ ଦୁଇ ଦଶନ୍ଧି ମଧ୍ୟରେ, ନିମାଣ ବିଭାଗ ଦ୍ୱାରା ପରିଚାଳିତ ସମୁଦାୟ ସଡ଼କ ଦୈର୍ଘ୍ୟ ୧୬,୦୪୧ କିମିରୁ ଦ୍ୱିଗୁଣିତ ହୋଇ ୩୧,୩୧୭ କିମି ହୋଇପାରିଛି । ରାଜ୍ୟରେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବା ପାଇଁ ନିର୍ମାଣ ବିଭାଗ ନିଜ ବିଭାଗ ସହିତ ଅନ୍ୟ ବିଭାଗର କୋଠାବାଡି ନିର୍ମାଣ ଏବଂ ରକ୍ଷଣାବେକ୍ଷଣ ମଧ୍ୟ କରିଥାଏ । ବର୍ତମାନ ସମଗ୍ର ରାଜ୍ୟରେ, ୧,୨୮,୭୦,୮୮୫ ବର୍ଗ ମିଟର ପ୍ଲିନ୍ଥ୍ ଏରିଆ କୋଠାବାଡି ନିର୍ମାଣ ବିଭାଗ ଅଧୀନରେ ରହିଛି। ମେଡିକାଲ୍ କଲେଜ, ହସ୍ପିଟାଲ୍ , ଆଦର୍ଶ ବିଦ୍ୟାଳୟ, କୋର୍ଟ ବିଲଡିଂ, କ୍ରୀଡା ଭିତିଭୂମି ଏଥିରେ ଅନ୍ତର୍ଭୁକ୍ତ ହୋଇଛି।
ସୂଚନା ଓ ଲୋକସଂପର୍କ ବିଭାଗର ନିଦେ୍ର୍ଦଶକ ଇନ୍ଦ୍ରମଣି ତି୍ରପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବଳେ ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦେଶକ ଗୁରବୀର ସିଂ ଏବଂ ନିର୍ମାଣ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories