www.samajalive.in
Saturday, December 6, 2025
15.1 C
Bhubaneswar

ମୋଦୀଙ୍କ ଲୋକପ୍ରିୟତା ବଢ଼ିଛି: ସର୍ଭେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ପୂର୍ବ ତୁଳନାରେ ବୃଦ୍ଧି ପାଇଛି। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ କିଛି ସମୟ ପାଇଁ ହିଂସାତ୍ମକ ବାତାବରଣ ସୃଷ୍ଟି ହୋଇଥିଲେ ହେଁ ମୋଦୀଙ୍କ ଲୋକପ୍ରିୟତା କମିନାହିଁ। ୨୦୧୬ ତୁଳନାରେ ଲୋକପ୍ରିୟତା ବୃଦ୍ଧି ପାଇଥିବା ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ବାରା କରାଯାଇଥିବା ସର୍ଭେରୁ ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ୨ୟ କାର୍ଯ୍ୟକାଳର ୧ବର୍ଷରୁ ଅଧିକ ସମୟ ବିତିଯାଇଛି। ୨୦୧୯ ନିର୍ବାଚନରେ ଦେଶବାସୀ ମୋଦୀଙ୍କ ହାତରେ କ୍ଷମତା ଡୋର ଦେଇଥିଲେ। ତେବେ ଅନୁଚ୍ଛେଦ ୩୭୦ ଉଚ୍ଛେଦ, ସିଏଏକୁ ନେଇ ଦେଶରେ ମୋଦୀଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଚୀନ ସହିତ ସୀମା ବିବାଦ ଜାରି ରହିଛି। ଏହା ମଧ୍ୟରେ ମୋଦୀ କାର୍ଯ୍ୟଧାରାକୁ ନେଇ ଦେଶବାସୀ କେତେ ଖୁସି ଅଛନ୍ତି ତାହା ଜାଣିବା ଲାଗି ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ଲାଗି କାର୍ବି ଇନ୍‌ସାଇଟ୍‌ସ ଲିମିଟେଡ୍‌ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ସର୍ଭେରେ ଭାଗ ନେଇଥିବା ୭୮ ପ୍ରତିଶତ ନାଗରିକ ମୋଦୀଙ୍କ କାର୍ଯ୍ୟଧାରାରେ ଖୁସି ଥିବା ଜଣାପଡ଼ିଛି। ୨୦୧୬ରେ ଏହି ହାର ୫୩ ପ୍ରତିଶତ ରହିଥିଲା।

- Advertisement -

ସର୍ଭେ ସମୟରେ ଲୋକଙ୍କୁ ପଚରାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ କାର୍ଯ୍ୟଶୈଳୀକୁ ଆପଣ କିପରି ଦେଖୁଛନ୍ତି ? ଏହାର ଉତ୍ତରରେ ୩୦ ପ୍ରତିଶତ ଲୋକ ଅତ୍ୟନ୍ତ ଭଲ ବୋଲି କହିଛନ୍ତି। ଅନ୍ୟ ୪୮ ପ୍ରତିଶତ ମୋଦୀଙ୍କ ପ୍ରଦର୍ଶନ ଭଲ ବୋଲି କହିଛନ୍ତି। ଅର୍ଥାତ ୭୮ ପ୍ରତିଶତ ଲୋକ ମୋଦୀଙ୍କ କାର୍ଯ୍ୟରେ ଖୁସି ଥିବା ଜଣାପଡ଼ିଛି। ୧୭ ପ୍ରତିଶତ ଲୋକ ମୋଦୀଙ୍କ କାର୍ଯ୍ୟ ଚଳନୀୟ ବୋଲି କହିଛନ୍ତି। ମାତ୍ର ୫ ପ୍ରତିଶତ ଲୋକ ମୋଦୀଙ୍କ ପ୍ରଦର୍ଶନ ଖରାପ ବୋଲି ମତ ଦେଇଛନ୍ତି।

ଉତ୍ତରଭାରତରେ ୭୫ ପ୍ରତିଶତ, ଦକ୍ଷିଣ ଭାରତରେ ୭୩ ପ୍ରତିଶତ, ପୂର୍ବ ଭାରତରେ ୭୯ ପ୍ରତିଶତ ଏବଂ ପଶ୍ଚିମ ଭାରତରେ ୮୩ ପ୍ରତିଶତ ଲୋକ ମୋଦୀଙ୍କ କାର୍ଯ୍ୟକୁ ପସନ୍ଦ କରିଛନ୍ତି। ସେହିପରି ଦେଶର ୮୩ ପ୍ରତିଶତ ହିନ୍ଦୁ ମୋଦୀଙ୍କ ପ୍ରଦର୍ଶନରେ ଖୁସି ବ୍ୟକ୍ତ କରିଥିବାବେଳେ ୪୨ ପ୍ରତିଶତ ମୁସଲମାନ ତାଙ୍କ କାର୍ଯ୍ୟକୁ ଭଲ ବୋଲି କହିଛନ୍ତି। ଅନ୍ୟ ସମ୍ପ୍ରଦାୟର ୫୮ ପ୍ରତିଶତ ମୋଦୀଙ୍କ କାର୍ଯ୍ୟକୁ ନେଇ ଖୁସି ଥିବା ପ୍ରକାଶ କରିଛନ୍ତି। ସେହିପରି ସହରାଞ୍ଚଳର ୮୦ ପ୍ରତିଶତ ଏବଂ ଗ୍ରାମାଞ୍ଚଳର ୭୮ ପ୍ରତିଶତ ଲୋକ ମୋଦୀଙ୍କ କାର୍ଯ୍ୟକୁ ସମର୍ଥନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories