www.samajalive.in
Saturday, December 6, 2025
26.1 C
Bhubaneswar

୨୦୧୪ ମସିହା ପରେ ପ୍ରଧାନମନ୍ତ୍ରୀ ବଦଳାଇଛନ୍ତି ଦେଶର ଆର୍ଥିକ ଛବି: ମୁଡ଼୍ ଅଫ୍ ଦି ନେସନ

  • ୪୮% ଲୋକଙ୍କ ଅନୁସା​‌ରେ ମୋଦୀ ସରକାର ଦେଶର ଆର୍ଥନୀତିକ ସ୍ଥିତିରେ ପରିବର୍ତନ ଆଣିଛନ୍ତି
  • ଦେଶର ଅର୍ଥନୈତିକ ସ୍ଥିତି ଯେପରି ଥିଲା, ସେହିପରି ଅଛି ବୋଲି ମତ ଦେଇଛନ୍ତି ୪୨% ଲୋକ

୨୦୧୪ରେ ନରେନ୍ଦ୍ର ମୋଦୀ  ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଅର୍ଥନୈତିକ ସ୍ଥିତି ବଦଳିଛି । ସଂଖ୍ୟାଧିକ ଲୋକ ଏପରି ମତ ଦେଇଛନ୍ତି । ଆଜତକ୍ ଓ କରଭି ଇନସାଇଟ୍ସ ଲିଃର ମିଳିତ ସର୍ଭେରୁ ଏହି ସୂଚନା ମିଳିଥିବା ଇଣ୍ଡିଆ ଟୁଡ଼େରେ ପ୍ରକାଶ ପାଇଛି ।

ମୁଡ଼୍ ଅଫ୍ ଦି ନେସନ (ଏମ୍ଓଟିଏନ୍) ନାମରେ କରାଯାଇଥିବା ଏହି ସର୍ଭେ ଅନୁସାରେ ୪୮% ଲୋକ ମୋଦୀ କ୍ଷମତାକୁ ଆସିବା ପରେ ଦେଶର ଅର୍ଥନୈତିକ ସ୍ଥିତିରେ ପରିବର୍ତନ ଆସିଥିବା କହିଥିବାବେଳେ ୧୦% ଏହି ସମୟରେ ଆର୍ଥିକ ସ୍ଥିତି ଖରାପ ହୋଇଥିବା ମତ ଦେଇଛନ୍ତି । ସେହିପରି ୪୨% ଲୋକ ଦେଶର ଆର୍ଥିକ ସ୍ଥିିତି ଯେପରି ଥିଲା ସେପରି ରହିଛି ବୋଲି ମତ ଦେଇଛନ୍ତି । ଏହି ଭୋଟିଂରେ ଅଂଶଗ୍ରହଣ କରିଥିବା ଲୋକଙ୍କ ମଧ୍ୟରୁ ୨୭% ମୁସଲମାନ ସମ୍ପ୍ରଦାୟ ଓ ୮% ହିନ୍ଦୁ ସମ୍ପ୍ରଦାୟର ଲୋକ ଆର୍ଥିକ ସ୍ଥିତି ଖରାପ ହୋଇଥିବା ମତ ଦେଇଛନ୍ତି ।

- Advertisement -

ଅନ୍ୟପକ୍ଷରେ ୪୩% ଲୋକ ମୋଦୀ ସରକାରଙ୍କ ଆର୍ଥିକ ନୀତି ମନମୋହନ ସରକାର ଆର୍ଥିକ ନୀତିଠାରୁ ଭଲ ବୋଲି ମନେ କରିଛନ୍ତି । ଜାନୁଆରୀ ୨୦୨୦ ତୁଳନାରେ ଏହି ପରିସଂଖ୍ୟାନ ହ୍ରାସ ପାଇଛି । ସେତେବେଳେ ୫୦% ଲୋକ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାରର ଆର୍ଥିକ ନୀତି କଂଗ୍ରେସ ନେତୃତ୍ଵାଧୀନ କେନ୍ଦ୍ର ସରକାରର ଆର୍ଥିକ ନୀତିଠାରୁ ଭଲ ଥିଲା ବୋଲି ମତ ଦେଇଥିଲେ ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories