www.samajalive.in
Saturday, December 6, 2025
23.1 C
Bhubaneswar

ଅଗଷ୍ଟ ୧୫ ସ୍ୱାଧୀନତା ଦିବସ : ସ୍ୱତନ୍ତ୍ରତାର ମିଠା ଅନୁଭବ

ଆଜି ଆମେ ମୁକ୍ତ ଆକାଶର ପକ୍ଷୀ। ସାରା ବିଶ୍ୱବ୍ରହ୍ମାଣ୍ଡରେ ସବୁ କୋଣରେ ରହିଛି ସ୍ୱାଧୀନତା । ଆମ ଦେଶର ମହକ, ସଂସ୍କୁତି , ଭାବନା ଭାଈଚାରାର ତୁଳନା ନାହିଁ। ଯେଉଁ କାରଣରୁ ଆମେ ନିଜକୁ ଗର୍ବିତ ଅନୁଭବ କରୁ।
ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖକୁ ଆମେ ସ୍ୱାଧୀନତା ଦିବସ ରୂପେ ପାଳନ କରିଥାଉ। ୧୯୪୭ ଅଗଷ୍ଟ ୧୫ ଭାରତ ମାତା ପାଇଁ ସୁନାର କିରଣ ନେଇ ଆସିଥିଲା। କାରଣ ଏହି ସୁନାର କିରଣ ତା’ ପାଇଁ ଥିଲା ସ୍ୱତନ୍ତ୍ରତା ମିଠା ଅନୁଭବ। ଏହି ଦିନରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଲାଲକିଲା ଠାରେ ଜାତୀୟ ଧ୍ୱଜା ତ୍ରିରଙ୍ଗାର ଉତ୍ତୋଳନ କରିଥିଲେ। ସମସ୍ତ ଲୋକ ମାନେ ଗୋଲାମଗିରିର ସମସ୍ତ ଜଞ୍ଜିରକୁ କାଟି ପାଇଥିଲେ ସ୍ୱାଧୀନତାର ଆନନ୍ଦ। ସେବେ ଠାରୁ ଆଜି ପର୍ୟ୍ୟନ୍ତ ସମସ୍ତ ଭାରତ ବାସୀ ଏହି ଦିନଟିକୁ ମହା ଆନନ୍ଦରେ ପାଳନ କରୁଛନ୍ତି। ଏହି ଦିନରେ ପ୍ରଧାନ ମନ୍ତ୍ରୀ ଲାଲକିଲାରେ ‘ତ୍ରିରଙ୍ଗା’ ଉତ୍ତୋଳନ କରିବା ପରେ ଦେଶ ବାସୀଙ୍କୁ ସର୍ବଦା ଏକତାରେ ବାସ କରିବା ସହ ସ୍ୱାଧୀନତାକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥାଆନ୍ତି। ପରସ୍ପରକୁ ସ୍ୱାଧୀନତାର ଶୁଭକାମନା ଜଣାଇ ଦିନଟିକୁ ସ୍ମରଣୀୟ କରିଥାଆନ୍ତି। ଖାଲି ପରସ୍ପର ମଧ୍ୟରେ ନୁହେଁ ଏହି ଦିନ ଆମେ ଅମର ସହିଦମାନଙ୍କୁ ଓ ସେମାନଙ୍କର ଅମୂଲ୍ୟ ବଳିଦାନକୁ ମଧ୍ୟ ମନେ ପକାଇଥାଉ। ଦେଶକୁ ସ୍ୱାଧୀନତା ଦେବା ପାଇଁ ଯେଉଁ ମହାପୁରୁଷ, ଶହୀଦ ମାନେ ନିଜର ପ୍ରାଣ ବଳି ଦେଇ ଥିଲେ, ସେମାନଙ୍କର ସେହି ସମସ୍ତ କଥା ଠାରୁ ଆମେ ପ୍ରେରଣା ପାଇଁ ଏକ ନବ ଭାରତର ସ୍ୱପ୍ନ ଦେଖିବା ସହ ଏହାକୁ ସାକାର ମଧ୍ୟ କରିବା।
ତେଣୁ ଏହା ସର୍ବଦା ବଜାୟ ରଖିବା ନିମନ୍ତେ ଆମେ ମହାନ ବ୍ୟକ୍ତି ମାନେ ଦେଇଥିବା ଶିକ୍ଷା, ପ୍ରେମ, ଶାନ୍ତି ମାର୍ଗକୁ ଆପଣେଇ ଓ ସର୍ବଦା ସ୍ମରଣ କରି ତାଙ୍କୁ ସମ୍ମାନ ଜ୍ଞାପନ କରିବା ଉଚିତ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories