www.samajalive.in
Sunday, December 7, 2025
26.1 C
Bhubaneswar

ଖୋଲିବ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟର ଗୁମର : ଆଦିତ୍ୟଙ୍କ ସହଯୋଗୀ ଓ ବିଦ୍ୟାଶ୍ରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ଵର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଏକ ବଡ଼ ଖବର ସମାନାକୁ ଆସିଛି । ଜିଆରପି ପରେ ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଦିତ୍ୟଙ୍କ ସହଯୋଗୀ, ପତ୍ନୀ ବିଦ୍ୟାଶ୍ରୀ ଏବଂ ପରିବାର ଲୋକଙ୍କ ଥରେ ଜେରା କରାଯାଇଥିଲେ ମଧ୍ୟ ପୁଣି ଥରେ ଆଦିତ୍ୟଙ୍କ ପତ୍ନୀ ଓ ସହକର୍ମୀଙ୍କୁ ଜେରା କରାଯିବ ବୋଲି ଜଣାପଡିଛି । ତେବେ ଆବଶ୍ୟକ ପଡ଼ିଲେ କ୍ରାଇମବାଞ୍ଚ ପକ୍ଷରୁ ଜେରା କରାଯାଉଥିବା ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ କରାଯିବ । ଏନେଇ ତଦନ୍ତକାରୀ ଟିମରେ ଥିବା କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏହାସହ ଆଦିତ୍ୟଙ୍କ ସହକର୍ମୀ ପପୁ, ବିକାଶ, ପ୍ରୀତମ ଓ ପତ୍ନୀ ବିଦ୍ୟାଶ୍ରୀଙ୍କ ପୁଣି ଥରେ କ୍ରାମଇବ୍ରାଞ୍ଚ ମୁଖ୍ୟାଳୟକୁ ଡାକି ସେମାନଙ୍କୁ ଜେରା କରିବାକୁ ଯୋଜନା ଥିବା ଜଣାପଡିଛି ।

ସୂଚନାଯୋଗ୍ୟ ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲା ଏବେ ବି ରହସ୍ୟ ଘେରରେ ରହିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ଖୋଳତାଡ଼ ଜାରିରହିଛି । ଇତିମଧ୍ୟରେ ଅନେକ ଲୋକଙ୍କୁ ଜେରା କରାଯାଇଥିଲେବି ରହସ୍ୟର ପେଡ଼ି ଖୋଲିପାରୁନାହିଁ । ପ୍ରଥମେ ଏହି ଘଟଣାରେ ଜିଆରପି ପୁଲିସ ତଦନ୍ତ କରୁଥିଲା । କିନ୍ତୁ ଜିଆରପି ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ପରେ ରାଜ୍ୟ ପୁଲିସ ମହାନିର୍ଦେଶକ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ । ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦେଶ ପାଇବା ଦିନରୁ ହିଁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଥିଲା । ପ୍ରଥମେ ଲିଙ୍ଗରାଜ ଷ୍ଟେସନ ଯାଇ ଆଦିତ୍ୟଙ୍କ ମୃତଦେହ ପଡିଥିବା ସ୍ଥାନରେ ଛାନଭିନ କରିବା ପରେ ତଦନ୍ତକାରୀ ଟିମ ଆଦିତ୍ୟଙ୍କ ପିତ୍ନୀ ବିଦ୍ୟାଶ୍ରୀଙ୍କୁ ଘଣ୍ଟା ଜେରା କରିଥିଲା । ତିନି ଜଣିଆ ଟିମ ଆଦିତ୍ୟଙ୍କ ଘରେ ପହଞ୍ଚି ବିଦ୍ୟାଶ୍ରୀଙ୍କୁ ଜେରା କରିଥିଲା । ତେବେ ଏଭଳି ସ୍ଥିତିରେ ଆଗକୁ ଆଦିତ୍ୟ ଦାସଙ୍କ ମୃତ୍ୟୁ ରହସ୍ୟରେ କଣ ସବୁ ଅଧିକ ତଥ୍ୟ ସାମ୍ନାକୁ ଆସିବ ତାହା ଉପରେ ସମସ୍ତଙ୍କର ନଜର ରହିଛି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories