www.samajalive.in
Friday, December 12, 2025
15.1 C
Bhubaneswar

ପ୍ରଦୂଷଣ ରୋକିବା ପାଇଁ ଆପଣାନ୍ତୁ ଏହି ଉପାୟ

କେବଳ ଯେ ଘର ବାହାରେ ପ୍ରଦୂଷଣ ବ୍ୟାପୁଛି, ତା’ ନୁହେଁ। ବରଂ ଘର ଭିତରେ ମଧ୍ୟ ପ୍ରଦୂଷଣ ହୋଇଥାଏ। ଆମେରିକାର ଉଟାହ ବିଶ୍ବବିଦ୍ୟାଳୟର ଗବେଷକଗଣ ଏ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରାଇଛନ୍ତି। ଆଜିକାଲି ସମସ୍ତେ ନିବୁଜ କୋଠରୀ ସହ ଶୀତତାପନିୟନ୍ତ୍ରିତ କକ୍ଷରେ ରହିବାକୁ ପସନ୍ଦ କରୁଛନ୍ତି। ଏପରିକି କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଏଭଳି ଢାଞ୍ଚାରେ ନିର୍ମିତ ହେଉଛି ଯେ ସେଠାରେ ସୂର୍ଯ୍ୟକିରଣର ସାମାନ୍ୟତମ ସ୍ପର୍ଶ ପଡ଼ୁନାହିଁ। ଏହା ହିଁ ରୋଗର ମୁଖ୍ୟ କାରଣ ବୋଲି ବିଶେଷଜ୍ଞ ଦଳର ମୁଖ୍ୟ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ପ୍ରାନ୍ତର ଜଳବାୟୁ ଅନୁସାରେ ଲୋକେ ନିଜକୁ ଖାପଖୁଆଇ ଚଳିଆସନ୍ତି। ଅତ୍ୟଧିକ ସୂର୍ଯ୍ୟକିରଣରେ କାମ କଲେ ଏହା ତ୍ବଚା ଉପରେ କୁପ୍ରଭାବ ପକାଇଥାଏ, କିନ୍ତୁ ଅନ୍ତତଃ ସକାଳବେଳାର ଅବା ଦିନର କୌଣସି ସମୟରେ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଜଣେ ବ୍ୟକ୍ତିି ଆସିବା ଶରୀର ପାଇଁ ଖୁବ୍ ହିତକାରୀ। ନ୍ୟୁୟର୍କରେ ନବନିର୍ମିତ ଏକ ଆପାର୍ଟମେଣ୍ଟର ପ୍ରତ୍ୟେକ ଫ୍ଲାଟ୍‌ରେ ଗୋଟିଏ କକ୍ଷରେ ପୂରା ଦିନ ସୂର୍ଯ୍ୟକିରଣ ଯେଭଳି ପଡ଼ିବ, ସେଭଳି ବନ୍ଦୋବସ୍ତ କରାଯାଇଛି। ବିଶେଷଜ୍ଞ ଦଳ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଅତ୍ୟଧିକ ଗରମରେ ରହିବା ଅନୁଚିତ, କିନ୍ତୁ ସାଧାରଣ ଉଷୁମରେ ରହିବା ଉଚିତ। ସାଧାରଣତଃ ଝରକା, କବାଟ ଖୋଲା ରଖିଲେ ଘରକୁ ଅଳିଆ ଆବର୍ଜନା ଓ ଚତୁର୍ଦ୍ଦିଗ ଧୂଳି ପ୍ରବେଶର ଭୟ ଥାଏ। ଏଣୁ କାଚର ଝରକାର କକ୍ଷ ରହିଲେ କୌଣସି ଭୟ ନ ଥିବାବେଳେ ଦିନବେଳା ସୂର୍ଯ୍ୟକିରଣର ଅହରହ ପ୍ରବେଶ ହୋଇଥାଏ। ୨୦୧୨ରେ ପ୍ରଥମେ ଆମେରିକାର ସଂଖ୍ୟାଧିକ କାର୍ଯ୍ୟାଳୟରେ ଅଧିକାଂଶ କର୍ମଚାରୀ ଭିଟାମିନ୍ ଡି’ ଅଭାବଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଦିନତମାମ ଶୀତତାପ ନିୟନ୍ତ୍ରିତ କକ୍ଷରେ ରହିବା ସହ ସୂର୍ଯ୍ୟକିରଣ ସଂସ୍ପର୍ଶରେ ନ ଆସିବା କାରଣରୁ ଏହି ଅସୁବିଧା ଉପୁଜିଥିଲା। ଅନ୍ୟପାଖେ ଦିଲ୍ଲୀ, ମୁମ୍ବଇ ଓ କଲକାତାର କେତେକ କମ୍ପାନୀର କର୍ମଚାରୀମାନେ ମଧ୍ୟ ସମ ଅସୁବିଧାର ସମ୍ମୁଖୀନ ହୋଇଥିବାର ପ୍ରକାଶ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories