www.samajalive.in
Sunday, December 14, 2025
16.1 C
Bhubaneswar

ଅପରାହ୍ନ ଭୋଜନ ପାଇଁ ଛାତ୍ରଛାତ୍ରୀଙ୍କ ନୂଆ ପ୍ରୟାସ

ଆମ ଭବିଷ୍ୟତକୁ ଏବେ ଠାରୁ ସଜାଡ଼ିବା ନିମନ୍ତେ ଶିକ୍ଷକ ମହଲରେ ତତ୍ପରତା ଆରମ୍ଭ ହୋଇଯାଇଛି। ପୂରା ଭାରତରେ ଚଣ୍ଡିଗଡ଼ର ସେକ୍ଟର ୪୭ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରାଯାଉଛି। ଏହି ଛାତ୍ରଛାତ୍ରୀଙ୍କ ସଫଳତା ପଛରେ ସେଠା ଶିକ୍ଷକଶିକ୍ଷୟିତ୍ରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଏବେ ନୁହେଁ, ୪ ବର୍ଷ ତଳୁ ହିଁ ସେଠା‌ରେ ଅଷ୍ଟମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପାଠ ପଢ଼ା ସହ ଚାଷବାସ କାମ କରିବାରେ ମନ ଦେଇଥିଲେ।
ବିଦ୍ୟାଳୟ ପରିସରରେ ଥିବା ବୃହତ୍ ଖୋଲା ପଡ଼ିଆରେ ଉର୍ବର ମାଟି ପକାଇ ଖୁବ୍ ପରିଶ୍ରମ କରି ବିଭିନ୍ନ ପ୍ରକାର ପନିପରିବା ଚାରାରୋପଣ କରିଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ନିରୁପମା ଦେ’ଙ୍କ ମତରେ ପିଲା ନିଜେ ପରୀକ୍ଷା କରି ଏସବୁ କରୁଛନ୍ତି। ଏଣୁ ପାଠ ପଢ଼ିବାବେଳେ ସେମାନଙ୍କୁ ଆଉ କିଛି ଜଟିଳ ଲାଗୁନାହିଁ। ଏଣୁ ବଜାରରୁ ଉଚ୍ଚ ଦରରେ ପରିବା କିଣିବା ପରିବର୍ତ୍ତେ ସେମାନେ ବିଦ୍ୟାଳୟ ଜମିରୁ ଉତ୍ପନ୍ନ ପନିପରିବା ‘ମିଡ୍ ଡେ’ ମିଲ୍‌ରେ ବ୍ୟବହାର କରନ୍ତି। ନିୟମିତ ଭାବେ ଏଠାରେ ଦ୍ବିପହର ଭୋଜନରେ ଭେଜ୍ ବିରିୟାନୀ, ପୁଲାଓ, ଖିଚଡ଼ି ଇତ୍ୟାଦି ପ୍ରସ୍ତୁତ କରାଯାଏ। କାରଣ ପରିବା କିଣିବାର ଆବଶ୍ୟକତା ନଥାଏ। ଛାତ୍ରଛାତ୍ରୀମାନେ ଏସବୁ ବ୍ୟଞ୍ଜନକୁ ମନ ଭରି ଖାଇବା ସହ ପାଠପଢ଼ାକୁ ମଧ୍ୟ ପ୍ରାଧାନ୍ୟ ଦିଅନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମତରେ ଆଗାମୀ ଦିନରେ ସେମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ, ସେଥିପାଇଁ ଏବେଠାରୁ ସେମାନଙ୍କୁ ଉଚିତ୍ ପ୍ରଶିକ୍ଷଣ ଦିଆଯାଉଛି। ବର୍ତ୍ତମାନ ଏତେ ପରିମାଣର ପରିବା ଉତ୍ପନ୍ନ ହେଉଛି ଯେ ପ୍ରତିଦିନ ଦୁଇଜଣ ପିଅନ୍ ବିଦ୍ୟାଳୟ ପରିସରରେ ଏସବୁ ବିକ୍ରି କରୁଛନ୍ତି। ଏହି ଲବ୍ଧ ଅର୍ଥରେ ବିଦ୍ୟାଳୟର ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କରାଯାଉଥିବାର ପ୍ରକାଶ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories