www.samajalive.in
Sunday, December 7, 2025
23.1 C
Bhubaneswar

ବାଂଲାଦେଶର ସଂସଦୀୟ ନିର୍ବାଚନ ପାଇଁ ମତଦାନ

ଢାକା : କଡ଼ା ନିରାପତ୍ତା ମଧ୍ୟରେ ବାଂଲାଦେଶର ସଂସଦୀୟ ନିର୍ବାଚନ ଚାଲିଛି । ଚତୁର୍ଥ ଥର ପାଇଁ ନିର୍ବାଚନ ଲଢ଼ୁଥିବା ପ୍ରଧାନମନ୍ତ୍ରୀ ଶେଖ୍‍ ହାସିନା ଢାକା ସିଟି କଲେଜ କେନ୍ଦ୍ରରେ ରବିବାର ସକାଳେ ପ୍ରଥମେ ଭୋଟ୍‍ ଦେଇଛନ୍ତି। ସୁରୁଖୁରୁରେ ଭୋଟ୍‍ ଗ୍ରହଣ ପାଇଁ ୬ ଲକ୍ଷ ସୈନ୍ୟ, ଅର୍ଦ୍ଧସାମରିକ ସୀମାରକ୍ଷୀ ଓ ଅନ୍ୟ ଯବାନମାନଙ୍କୁ ମୁତୟନ କରାଯାଇଛି। ୧୦କୋଟିରୁ ଊର୍ଦ୍ଧ୍ବ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ପାର୍ଲାମେଣ୍ଟର ୩୦୦ ଆସନ ମଧ୍ୟରୁ ୨୯୯ଟି ଆସନ ପାଇଁ ୧ହଜାର ୮୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଦେଶର ୪୦ ହଜାର ମତଦାନ କେନ୍ଦ୍ରରେ ଭୋଟ୍‍ ନିଆଯାଉଛି। ଆଜି ରାତି ପର୍ଯ୍ୟନ୍ତ ଥ୍ରି-ଜି ଓ ଫୋର୍‍-ଜି ମୋବାଇଲ୍‍ ସେବାକୁ ବାଂଲାଦେଶ ଦୂରସଂଚାର ନିୟନ୍ତ୍ରକ କର୍ତ୍ତୃପକ୍ଷ ବନ୍ଦ ରଖିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories