www.samajalive.in
Monday, December 15, 2025
14.1 C
Bhubaneswar

ଟଙ୍କା ଶେଯରେ ନେତା: ଖଟ ଉପରେ ବିଛାଇ ଥିଲେ ୩ଲକ୍ଷ

ଦିସ୍‌ପୁର : ଆସାମର ଶାସକ ଦଳ ବିଜେପିର ସହଯୋଗୀ ୟୁନାଇଟେଡ୍‌ ପିପୁଲ୍‌ସ ପାର୍ଟି ଲିବେରାଲ୍‌ସ (ୟୁପିପିଏଲ୍‌) ନେତା ବେଞ୍ଜାମିନ ବାସୁମଟାରି ବିପୁଳ ୫୦୦ ଟଙ୍କିଆ ନୋଟ ଉପରେ ଶୋଇଥିବାବେଳର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଗ୍ରାମ୍ୟ ପରିଷଦ ବିକାଶ କମିଟି ସଦସ୍ୟ ଥିବା ବେଞ୍ଜାମିନ ଯେଉଁ ବିଛଣାରେ ଶୋଇଥିଲେ ତା’ ଉପରେ ବିପୁଳ ନୋଟ ପଡିଥିବା ଦେଖିବାକୁ ମିଳିଛି।

ଏହି ଫଟୋ ପୁରୁଣା; କିନ୍ତୁ ଏହା ପ୍ରଘଟ ହେବା ପରେ ବେଞ୍ଜାମିନଙ୍କୁ ଦଳରୁ ନିଲମ୍ବନ କରାଯିବା ସହ ଗ୍ରାମ୍ୟ ପରିଷଦ ବିକାଶ କମିଟି ସଦସ୍ୟ ପଦରୁ ହଟାଇ ଦିଆଯାଇଛି। ଗତ ଜାନୁଆରୀରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ବେଞ୍ଜାମିନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁପିପିଏଲ୍‌ ମୁଖ୍ୟ ପ୍ରମୋଦ ବୋରୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ପ୍ରଘଟ ଫଟୋ ପ୍ରାୟ ୫ବର୍ଷ ତଳର।

- Advertisement -

ବେଞ୍ଜାମିନ ମଜାରେ ଏହି ଫଟୋ ଉଠାଇଥିଲେ। ତାଙ୍କ କହିବା ଅନୁସାରେ ଭଉଣୀଙ୍କ ଠାରୁ ଆଣିଥିବା ୩ଲକ୍ଷ ଟଙ୍କାକୁ ଖଟ ଉପରେ ବିଛାଇ ଏପରି ଫଟୋ ଉଠାଇଥିଲେ। ଏହାକୁ ପ୍ରଘଟ କରାଯିବା ପଛରେ ଷଡ଼ଯନ୍ତ୍ର ରହିଛି। ଅପରପକ୍ଷରେ ବିଧାନସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ବିଧାୟକ ଦେବବ୍ରତ ସାଇକିଆ ଏହାର ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ଓ ପୁଲିସ ମହାନିର୍ଦେଶକଙ୍କୁ ପତ୍ର ଲେଖିଛନ୍ତି। ବିଜେପି ଓ ୟୁପିପିଏଲ୍‌ ପାଞ୍ଚଟି ଜିଲାର ସ୍ବୟଂଶାସିତ ପ୍ରଶାସନରେ ଭାଗିଦାର ଅଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories