www.samajalive.in
Monday, December 8, 2025
27.1 C
Bhubaneswar

ଟଙ୍କା ଶେଯରେ ନେତା: ଖଟ ଉପରେ ବିଛାଇ ଥିଲେ ୩ଲକ୍ଷ

ଦିସ୍‌ପୁର : ଆସାମର ଶାସକ ଦଳ ବିଜେପିର ସହଯୋଗୀ ୟୁନାଇଟେଡ୍‌ ପିପୁଲ୍‌ସ ପାର୍ଟି ଲିବେରାଲ୍‌ସ (ୟୁପିପିଏଲ୍‌) ନେତା ବେଞ୍ଜାମିନ ବାସୁମଟାରି ବିପୁଳ ୫୦୦ ଟଙ୍କିଆ ନୋଟ ଉପରେ ଶୋଇଥିବାବେଳର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଗ୍ରାମ୍ୟ ପରିଷଦ ବିକାଶ କମିଟି ସଦସ୍ୟ ଥିବା ବେଞ୍ଜାମିନ ଯେଉଁ ବିଛଣାରେ ଶୋଇଥିଲେ ତା’ ଉପରେ ବିପୁଳ ନୋଟ ପଡିଥିବା ଦେଖିବାକୁ ମିଳିଛି।

ଏହି ଫଟୋ ପୁରୁଣା; କିନ୍ତୁ ଏହା ପ୍ରଘଟ ହେବା ପରେ ବେଞ୍ଜାମିନଙ୍କୁ ଦଳରୁ ନିଲମ୍ବନ କରାଯିବା ସହ ଗ୍ରାମ୍ୟ ପରିଷଦ ବିକାଶ କମିଟି ସଦସ୍ୟ ପଦରୁ ହଟାଇ ଦିଆଯାଇଛି। ଗତ ଜାନୁଆରୀରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ବେଞ୍ଜାମିନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁପିପିଏଲ୍‌ ମୁଖ୍ୟ ପ୍ରମୋଦ ବୋରୋ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ପ୍ରଘଟ ଫଟୋ ପ୍ରାୟ ୫ବର୍ଷ ତଳର।

- Advertisement -

ବେଞ୍ଜାମିନ ମଜାରେ ଏହି ଫଟୋ ଉଠାଇଥିଲେ। ତାଙ୍କ କହିବା ଅନୁସାରେ ଭଉଣୀଙ୍କ ଠାରୁ ଆଣିଥିବା ୩ଲକ୍ଷ ଟଙ୍କାକୁ ଖଟ ଉପରେ ବିଛାଇ ଏପରି ଫଟୋ ଉଠାଇଥିଲେ। ଏହାକୁ ପ୍ରଘଟ କରାଯିବା ପଛରେ ଷଡ଼ଯନ୍ତ୍ର ରହିଛି। ଅପରପକ୍ଷରେ ବିଧାନସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ବିଧାୟକ ଦେବବ୍ରତ ସାଇକିଆ ଏହାର ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ଓ ପୁଲିସ ମହାନିର୍ଦେଶକଙ୍କୁ ପତ୍ର ଲେଖିଛନ୍ତି। ବିଜେପି ଓ ୟୁପିପିଏଲ୍‌ ପାଞ୍ଚଟି ଜିଲାର ସ୍ବୟଂଶାସିତ ପ୍ରଶାସନରେ ଭାଗିଦାର ଅଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories