ଇମ୍ଫାଲ: ମଣିପୁରରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ରାଜ୍ୟରେ ମେଣ୍ଟ ସରକାରରୁ ନାଗା ପିପୁଲ୍ସ ଫ୍ରଣ୍ଟ (ଏନ୍ପିଏଫ୍) ସମର୍ଥନ ପ୍ରତ୍ୟାହାର କରିନେବ ବୋଲି ଘୋଷଣା କରିବା ପରେ ବିଜେପି ନେତୃତ୍ବାଧୀନ ଏନ୍. ବୀରେନ୍ ସିଂହଙ୍କ ସରକାର ସଂଖ୍ୟାଲଘୁ ହୋଇଯାଇଛି। ଦଳର ବୈଠକରେ ପରେ ଏନ୍ପିଏଫ୍ ନେତା ଟି.ଆର ଜେଲିଆଙ୍ଗ ଏ ସମ୍ପର୍କରେ ଶନିବାର ସନ୍ଧ୍ୟାରେ ଘୋଷଣା କରିଛନ୍ତି। ମେ ୨୩ରେ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦଳ ସମର୍ଥନ ପ୍ରତ୍ୟାହାର କରିବ ବୋଲି ନିଷ୍ପତ୍ତି ହୋଇଛି। ମୋଟ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନ୍ପିଏଫ୍ର ୪ ଜଣ ବିଧାୟକ ଅଛନ୍ତି। ବିଜେପି ତାଙ୍କ ଦଳକୁ ଗୁରୁତ୍ବ ଦେଉ ନ ଥିବା ନେଇ ଜେଲିଆଙ୍ଗ ପୂର୍ବରୁ ଅଭିଯୋଗ କରିଆସୁଥିଲେ। ସରକାର ପ୍ରତି ଏବେ ୨୯ ବିଧାୟକଙ୍କ ସମର୍ଥନ ରହିଥିବାରୁ ଏହା ଭାଙ୍ଗିଯିବାର ଆଶଙ୍କା ନାହିଁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଧାନସଭାରେ କଂଗ୍ରେସର ୨୦ ସଦସ୍ୟ ଅଛନ୍ତି। ସେହିପରି ଏନ୍ପିପିର ୪, ଏଲ୍ଜେପିର ୧, ଏଆଇସିଟିର ୧ ଓ ଜଣେ ସ୍ବାଧୀନ ସଦସ୍ୟ ଅଛନ୍ତି।
ମଣିପୁରରେ ରାଜନୈତିକ ସଙ୍କଟ; ମେଣ୍ଟ ସରକାରରୁ ଓହରିବ ଏନ୍ପିଏଫ
Popular Categories



