ସମାଜ ଡିଜିଟାଲ ଡେସ୍କ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ(ଏସସିବି) ଡାକ୍ତରଖାନାରେ ଜଣେ ଯୁବକଙ୍କୁ ପୁଲିସ ଅମାନବୀୟ ନିର୍ଯାତନା ଦେଇଥିବାର ଭିଡିଓ ସାମ୍ନାକୁ ଆସିଛି। ୩ ଜଣ ପୁଲିସ କର୍ମଚାରୀ ଜଣେ ଯୁବକଙ୍କୁ ସର୍ବସମ୍ମୁଖରେ ମାଡ଼ ମାରି ଘୋଷାରି ନେଉଥିବା ଦେଖିବାକୁ ମିଳିଛି। ଏପରି କି ପୁଲିସ କର୍ମଚାରୀମାନେ ତାଙ୍କ ଶାର୍ଟ ଚିରି ଦେଉଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ଟିକେଟ କାଉଣ୍ଟରରେ ଛିଡ଼ା ହୋଇଥିବା ସମୟରେ ଏହି ଘଟଣା ଘଟିଥିଲା।
ତେବେ ପୁଲିସ କ’ଣ ପାଇଁ ଯୁବକଙ୍କ ପ୍ରତି ଏପରି ଅମାନବୀୟ ଆଚରଣ ପ୍ରଦର୍ଶନ କରିଛି ତାହା ଜଣାପଡ଼ି ନାହିଁ। ମାତ୍ର ପୁଲିସର ଏପରି ଦବଙ୍ଗଗିରିକୁ ସାଧାରଣରେ ନାପସନ୍ଦ କରାଯିବା ସହିତ ତୀବ୍ର ସମାଲୋଚନା କରାଯାଇଛି। ଏହି ଘଟଣାରେ ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।



