www.samajalive.in
Sunday, December 7, 2025
18.1 C
Bhubaneswar

ଦିଲ୍ଲୀ ବିଧାନଭାରେ ପୁଲିସ-ଆତିଶୀ ମୁହାଁମୁହିଁ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତ୍ରୀ ତଥା ଆପ୍‌ ବିଧାୟିକା ଆତିଶୀ ସିଂହ ଏବଂ ପୁଲିସ ମଧ୍ୟରେ ଗୁରୁବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଆତିଶୀଙ୍କ ସମେତ ଅନ୍ୟ ଆପ୍‌ ବିଧାୟକମାନଙ୍କୁ ପୁଲିସ ବିଧାନସଭା ଭିତରକୁ ଛାଡ଼ିବାକୁ ଦେଇ ନ ଥିଲା। ଏହାକୁ ନେଇ ପୁଲିସ ସହିତ ଆତିଶୀଙ୍କର ଯୁକ୍ତିତର୍କ ହୋଇଥିଲା। ସେମାନଙ୍କୁ କାହିଁକି ପ୍ରବେଶ କରିବାକୁ ଅନୁମତି ଦିଆଯାଉ ନାହିଁ ବୋଲି ଆତିଶୀ ପୁଲିସକୁ ପ୍ରଶ୍ନ କରିଥିଲେ। ଜବାବରେ ପୁଲିସ ପକ୍ଷରୁ କୁହାଯାଇଥିଲା ଯେ, ବାଚସ୍ପତି ମନା କରିଛନ୍ତି ଆପ୍‌ ବିଧାୟକମାନଙ୍କୁ ଭିତରକୁ ଛାଡ଼ିବାକୁ। ଏହା ପରେ ଆତିଶୀ ଆଦେଶର ନକଲ ମାଗିଥିଲେ। କିନ୍ତୁ ପୁଲିସ ତାହା ଦେଖାଇପାରି ନ ଥିଲା। ଏ ନେଇ ଆତିଶୀ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେପି ସରକାରକୁ ଆସିବା ମାତ୍ରେ ହିଁ ଏକଚ୍ଛତ୍ରବାଦୀ ଶାସନ ଆରମ୍ଭ କରି ସମୁ ସୀମା ଅତିକ୍ରମଣ କଲାଣି ବୋଲି ଆତିଶୀ ଲେଖିଛନ୍ତି। ବିଧାନସଭାରେ ଜୟ ଭୀମ ନାରା ଦେବାରୁ ସେମାନଙ୍କୁ ୩ ଦିନ ପାଇଁ ନିଲମ୍ବିତ କରାଗଲା। ଆଜି ସେମାନଙ୍କୁ ବିଧାନସଭାରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଦିଲ୍ଲୀ ବିଧାନସଭା ଇତିହାସରେ ଏପରି କେବେ ହୋଇ ନ ଥିଲା ବୋଲି ଆତିଶୀ ଲେଖିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories