www.samajalive.in
Wednesday, November 12, 2025
17.1 C
Bhubaneswar

‘ପୋଲିସ ବାବୁ ୨’ ର ସଙ୍ଗୀତ ମୁକ୍ତିଲାଭ

ଭୁବନେଶ୍ବର : ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକ କେବଳ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ନୁହେଁ ବରଂ ଭିନ୍ନ ଭିନ୍ନ ରୋଚକ କାହାଣୀକୁ ନେଇ ନିର୍ମିତ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ମନ ଜିତିଛି । ଆଜି ଜୀ ସାର୍ଥକ ପ୍ରସ୍ତୁତ ଚଳଚ୍ଚିତ୍ର ”ପୋଲିସ ବାବୁ ୨’ ର ସଙ୍ଗୀତ ମୁକ୍ତିଲାଭ କରିଛି ।  ଆସନ୍ତା ୧୧ ତାରିଖ ରବିବାର ସନ୍ଧ୍ୟା ସାଢେ ୬ଟାରେ ଜୀ ସାର୍ଥକରେ ‘ପୋଲିସ ବାବୁ ୨’ ପ୍ରସାରିତ ହେବ । ଏହାର କାହାଣୀ ଅତି ରୋଚକ ଓ ମନୋରଞ୍ଜନପୂର୍ଣ୍ଣ ରହିଛି ।  ସମରେଶ ରାଉତରାୟ ପ୍ରଯୋଜିତ ଓ ଶୈଳେନ୍ଦ୍ର ପରିଡା ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଡଃ ରଜନୀ ରଞ୍ଜନ ।

- Advertisement -

କାହାଣୀ ଅନୁସାରେ ରାଜ ଜଣେ ଦୁର୍ନୀତିଗ୍ରସ୍ତ ପୋଲିସ ଅଫିସର ଯିଏ ନିଜର ବିଧବା ମା’ଙ୍କ ସହ କଟକରେ ରୁହନ୍ତି ଓ ଅଧିକା ଲାଞ୍ଚ ଲୋଭରେ ଯାଜପୁରକୁ ନିଜର ଟ୍ରାନ୍ସଫର କରିଛି । ସେଠାରେ ସେ ପାଇଛି ନିଜର ଜୀବନ ସାଥିକୁ କିନ୍ତୁ ନିଜ କର୍ମ ପାଇଁ ବିଜୁଳି ଯିଏକି ଜଣେ ଆଇନ୍ ଛାତ୍ରୀ, ତାକୁ ନାପସନ୍ଦ କରିଛି । ସମୟ କ୍ରମେ ରାଜ ଜାଣିବାକୁ ପାଇଛି ନିଜର ମା’ର ବିଧବା ହେବାର କାରଣ । କିପରି ଜଣେ ସଚ୍ଚୋଟ ପୋଲିସ ଅଫିସର ନିଜ ଜୀବନ ହାରିଛନ୍ତି ଆଉ କିଏ ତାଙ୍କୁ ମାରିଛି ? ତେବେ ରାଜ କ’ଣ ନିଜ ବାପାଙ୍କୁ ମାରିଥିବା ଲୋକଙ୍କୁ ଶାସ୍ତି ଦେଇପାରିବ ? ବିଜୁଳି ସହିତ ତା’ର ସମ୍ପର୍କ କ’ଣ ଆଗକୁ ବଢିବ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ ।

ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଓଡ଼ିଶାର ଲୋକପ୍ରିୟ କଳାକାର ମଣ୍ଟୁ, ଅନୁରାଧା ଓ ସମରେଶ ରାଉତରାୟ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡଲି ରଥ ଓ ଗୀତ ଗୁଡିକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର ଓ ବାପୁ ଗୋସ୍ଵାମୀ । କଣ୍ଠଦାନ କରିଛନ୍ତି ଲିପ୍ସା , କୁଳଦୀପ, ଅନନ୍ୟା, ସୁଶାନ୍ତ, ଅନୁରାଧା ଏବଂ ନେହା ନିହାରିକା l ବିଗତ ଦିନରେ ଜୀ ସାର୍ଥକରେ ଅନେକ ଗୁଡ଼ିଏ ସୁନ୍ଦର ଚଳଚ୍ଚିତ୍ର ମୁକ୍ତିଲାଭ କରିଛି । ଦର୍ଶକଙ୍କର ଇଚ୍ଛା ଓ ରୁଚି ଦେଖି ନିଚ୍ଛକ କାହାଣୀ ବା ୟୁନିକ କନସେପ୍ଟ ଥିବା ଫିଲ୍ମକୁ ଗୁରୁତ୍ଵ ଦେଇ ଆମେ ଆଣିଛୁ ଏହି ଫିଲ୍ମ ତେଣୁ  ଏହି ଫିଲ୍ମଟି ଆମର ସବୁ ଫିଲ୍ମ ପରି ଦର୍ଶକଙ୍କ ମନ ଜିତିବ ବୋଲି ମୋର ଆଶା ଓ ବିଶ୍ବାସ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍ ।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories