www.samajalive.in
Sunday, December 7, 2025
16.1 C
Bhubaneswar

ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ଏନ୍‌ଜିଟିଙ୍କୁ ବୈଷୟିକ କମିଟିର ପ୍ରସ୍ତାବ : ଓଡ଼ିଶା, ଛତିଶଗଡ଼, ତେଲଙ୍ଗାନା ସହ ଆଲୋଚନା କରୁ କେନ୍ଦ୍ର ଓ ଆନ୍ଧ୍ର

ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ପଛୁଆ ଜଳ ଯୋଗୁଁ ପ୍ରଭାବିତ ରାଜ୍ୟ ଓଡ଼ିଶା, ଛତିଶଗଡ଼ ଓ ତେଲଙ୍ଗାନା ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ ଦ୍ୱାରା ଗଠିତ ବୈଷୟିକ କମିଟି ପ୍ରସ୍ତାବ ଦେଇଛି। ଏନଜିଟିରେ ଦାଖଲ କମିଟି ରିପୋର୍ଟ ଅନୁଯାୟୀ ପଛୁଆ ଜଳ ଯୋଗୁଁ ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ଜଳବୁଡ଼ି ସମସ୍ୟାର ନିରାକରଣ ପାଇଁ ଦୁଇ ମାସ ମଧ୍ୟରେ ଆଲୋଚନା କରାଯାଉ। କମିଟିରେ କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ତେଲଙ୍ଗାନା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରତିନିଧି ସଦସ୍ୟ ଅଛନ୍ତି। ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ, କେନ୍ଦ୍ରୀୟ ଜଳ ଆୟୋଗ, ଗୋଦାବରୀ ଜଳ ବିବାଦ ପ୍ରାଧିକରଣ ଓ ଆନ୍ଧ୍ର ପ୍ରଦେଶ ସରକାର ମିଳିତ ବୈଠକ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ କମିଟି ସୁପାରିସ କରିଛି।

ପୋଲାଭରମ ପ୍ରକଳ୍ପ ପ୍ରାଧି୍‍କରଣ ତଥ୍ୟ ଆଧାରରେ ବୈଷୟିକ କମିଟି ଦର୍ଶାଇଛି ଯେ ପଛୁଆ ଜଳ ସମସ୍ୟା ଯୋଗୁଁ ଓଡ଼ିଶାରେ ମାଲକାନଗିରି ଜିଲାର ଆଠଟି ରାଜସ୍ୱ ଗ୍ରାମର ୬୪୮.୦୫ ହେକ୍ଟର ଜମି ପ୍ରଭାବିତ ହେବ। ଏଥିରେ ୧୦୦୨ଟି ପରିବାରର ୬୩୧୩ ଜଣ ପ୍ରଭାବିତ ହେବାର ଆଶଙ୍କା ରହିଛି। ଛତିଶଗଡ଼ ରାଜ୍ୟ ଦାନ୍ତେୱାଡ଼ା ଜିଲାର ଚାରିଟି ରାଜସ୍ୱ ଗ୍ରାମର ୭୯୫.୫୯ ହେକ୍ଟର ଜମି ପ୍ରଭାବିତ ହେବ। ଏଠାରେ ୨୩୩୫ଟି ପରିବାରର ୧୧୭୬୬ ଜଣ ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେହିପରି ତେଲେଙ୍ଗାନା ରାଜ୍ୟ ଖମ୍ମାମ ଜିଲାରେ ସାତଟି ମଣ୍ଡଳ, ୧୩୬ଟି ଗ୍ରାମ ଓ ୨୧୧ଟି ହାମଲେଟ ପ୍ରକଳ୍ପ ପଛୁଆ ଜଳ ଯୋଗୁଁ ବୁଡ଼ି ଯିବା ସମ୍ଭାବନା ରହିଥିଲା। ଆନ୍ଧ୍ର ପ୍ରଦେଶ ପୁର୍ନଗଠନ ଆଇନ ୨୦୧୪ ଅନୁଯାୟୀ ଏହି ସବୁ ଅଞ୍ଚଳ ଆନ୍ଧ୍ର ପ୍ରଦେଶରେ ଅନ୍ତର୍ଭୁକ୍ତ ହୋଇଥିବାରୁ ତେଲେଙ୍ଗାନାର କୌଣସି ଅଞ୍ଚଳ ପଛୁଆ ଜଳ ଯୋଗୁଁ ବୁଡ଼ିବା ସମ୍ଭାବନା ନାହିଁ।

- Advertisement -

ବୈଷୟିକ କମିଟି ଅନୁଧ୍ୟାନ ବେଳେ ଜାଣିବାକୁ ପାଇଛି ଯେ ପୋଲାଭରମ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ଆଡ଼କୁ ଯାଉଥିବା ବେଳେ ଓଡ଼ିଶା ଓ ଛତିଶଗଡ଼ରେ କେବଳ ପଛୁଆ ଜଳ ସମସ୍ୟା ଯୋଗୁଁ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ ସରିଛି। ପ୍ରଭାବିତଙ୍କ ବିସ୍ଥାପନ ଅଥବା ପଛୁଆ ଜଳ ରୋକିବା ପାଇଁ ନଦୀବନ୍ଧ ନିର୍ମାଣ ପ୍ରସ୍ତାବ ବାବଦରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ସହମତି ପ୍ରଦର୍ଶନ କରିନାହାନ୍ତି। ଫଳରେ ଉଭୟ ପ୍ରସ୍ତାବ ମଧ୍ୟରୁ କୌଣସି ଗୋଟିଏ ପ୍ରସ୍ତାବରେ ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ ଆଗେଇ ପାରିନାହିଁ। ଏବାବଦରେ ଆନ୍ଧ୍ର ପ୍ରଦେଶ ସରକାର କ୍ଷତିଗ୍ରସ୍ତ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ସହ ଆଲୋଚନା କରି ଉଭୟ ରାଜ୍ୟକୁ କୌଣସି ଗୋଟିଏ ପ୍ରସ୍ତାବରେ ରାଜି କରାଇବାକୁ ଜୋର ଦେଇଛି ବୈଷୟିକ କମିଟି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories