BJD Bijuli 480×75 Mob

ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ

BJD Bijuli 480×75 Mob
0

ଜୟପୁର: ଜୟପୁର ଟାଉନ ଥାନା ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଶନିବାର ଭୋର ସାଢେ ୪ଟା ସମୟରେ ଗୋପବନ୍ଧୁ ନଗରରେ ୩ ଜଣ ଅପରାଧୀ ଡକାୟତି ଉଦ୍ୟମ ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ପୁଲିସ ପାଟ୍ରୋଲିଂ ଦେଖି ପୁଲିସ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ପୁଲିସର ପାଲଟା ଗୁଳି ଚଳାଇଥିଲା। ପୁଲିସ ଗୁଳି ଜଣେ ଅପରାଧୀର ଗୋଡ଼ରେ ବାଜିଥିବା କୁହାଯାଉଛି। ଅପରାଧିମାନେ ପୁଲିସ ଉପରକୁ ଗୁଳି ଚଳାଇ ଖସିଯିବାରେ ସକ୍ଷମ ହୋଇଛନ୍ତି। ଅପରାଧୀଙ୍କ ଠାରୁ ଗୋଟିଏ ଖୋକା ଜବତ ହୋଇଛି।
ଜୟପୁର ଟାଉନ ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ରାକେଶ ପ୍ରସାଦ, ଶଙ୍କର ସାହୁ ଓ ଶଙ୍କର ପାଣିଗ୍ରାହୀ ନାମକ ୩ ଜଣ ଅପରାଧୀ ଗୋପବନ୍ଧୁ ନଗର ଅଞ୍ଚଳରେ ଡକାୟତି ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ସେମାନଙ୍କ ସହିତ ପୁଲିସର ଗୁଳିବିନିମୟ ହୋଇଥିଲା। ତେବେ ଅପରାଧୀମାନେ ଖସିଯାଇଥିବାରୁ ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ଟାଉନ ଥାନା ଅଧିକାରୀ ବାଲେଶ୍ୱର ଗିଧି ଜଣାଇଛନ୍ତି।

Leave A Reply