www.samajalive.in
Sunday, December 14, 2025
19.1 C
Bhubaneswar

କେଦାରନାଥ ପରିଦର୍ଶନରେ ଯିବେ ମୋଦୀ, ୧୮୦ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ

ନଭେମ୍ବର ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ର କେଦାରନାଥ ପରିଦର୍ଶନରେ ଯିବେ। ସେ ସେଠାରେ କେଦାରନାଥ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧିକୁ ଉଦ୍‍ଘାଟନ କରିବେ। ଏହି ଅବସରରେ ଶ୍ରୀ ମୋଦୀ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ପ୍ରତିମୂର୍ତ୍ତିକୁ ମଧ୍ୟ ଉନ୍ମୋଚନ କରିବେ। ୨୦୧୩ ବନ୍ୟାରେ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ନଷ୍ଟ ହୋଇଯିବା ପରେ ଏହାର ପୁନର୍ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ପୁନର୍ନିର୍ମାଣ କାର୍ଯ୍ୟ ହୋଇଛି ଓ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ତଦାରଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ଏହି ପରିଦର୍ଶନ ସମୟରେ ସରସ୍ୱତୀ ଆସ୍ଥାପଥ କାର୍ଯ୍ୟ ସମୀକ୍ଷା କରିବେ। ସେ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ଓ ବହୁ ମୌଳିକ ଢ଼ାଞ୍ଚା ପ୍ରକଳ୍ପର ଉଦ୍‍ଘାଟନ କରିବେ। ସେହି ପ୍ରକଳ୍ପଗୁଡ଼ିକ ବାବଦରେ ୧୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

- Advertisement -

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ୧୮୦ କୋଟି ଟଙ୍କା ସମ୍ବଳିତ ବିଭିନ୍ନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେଗୁଡ଼ିକ ମଧ୍ୟରେ ସଙ୍ଗମ ଘାଟର ପୁନର୍ବିକାଶ, ପ୍ରାଥମିକ ସହାୟତା ଓ ପର୍ଯ୍ୟଟନ ସୁବିଧା କେନ୍ଦ୍ର, ପ୍ରଶାସନିକ କାର୍ଯ୍ୟାଳୟ ଓ ହସ୍ପିଟାଲ, ଦୁଇଟି ଅତିଥିଶାଳା, ଥାନା, କମାଣ୍ଡୋ ଓ କଣ୍ଟ୍ରୋଲ ସେଣ୍ଟର, ମନ୍ଦାକିନୀ ଆସ୍ଥାପଥ ପ୍ରଭୃତି ରହିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories