www.samajalive.in
Saturday, December 6, 2025
23.1 C
Bhubaneswar

କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କ ପରଲୋକ

ବେଙ୍ଗାଲୁରୁ: ଲୋକପ୍ରିୟ କନ୍ନଡ଼ ଅଭିନେତା ପୁନୀତ ରାଜକୁମାରଙ୍କର ଶୁକ୍ରବାର ପରଲୋକ ଘଟିଛି। ହୃଦଘାତରେ ଶିକାର ହୋଇ ସେ ଆଜି ସକାଳେ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ। ତେବେ ୪୬ ବର୍ଷୀୟ ପୁନୀତ ସେଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି। ଏହି ଖବର ପ୍ରକାଶ ପାଇବା ପରେ ସମଗ୍ର ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ଶୋକର ଛାୟା ଖେଳିଯାଇଛି। ପୁନୀତଙ୍କ ପ୍ରଶଂସକମାନେ ହସ୍ପିଟାଲ ସମ୍ମୁଖରେ ଭିଡ଼ ଜମାଇଛନ୍ତି। ଏହି ଖବର ସେମାନଙ୍କୁ ଶକ୍ତ ଧକ୍କା ଦେଇଛି। କେହି ତାଙ୍କ ମୃତ୍ୟୁକୁ ବିଶ୍ବାସ କରି ପାରୁନାହାନ୍ତି ତ ଆଉ କେହି ମୁଣ୍ଡରେ ହାତ ପିଟି କାନ୍ଦୁଛନ୍ତି।

ପୁନୀତଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଆଜି ୧୧ଟା ୩୦ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଙ୍କ ପ୍ରୟାସ ଓ ପ୍ରଶଂସକମାନଙ୍କ ପ୍ରାର୍ଥନା ପରେ ମଧ୍ୟ ପୁନୀତ ଆଖି ବୁଜିଛନ୍ତି। ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମଇ ଅଭିନେତା ପୁନିତଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିବା ପାଇଁ ହସ୍ପିଟାଲ ପହଞ୍ଚିଥିଲେ।

- Advertisement -

ସୂଚନାଯୋଗ୍ୟ, କନ୍ନଡ଼ର ପ୍ରଖ୍ୟାତ ଅଭିନେତା ରାଜକୁମାରଙ୍କ ପୁଅ ହେଉଛନ୍ତି ପୁନୀତ । ୨୯ରୁ ଊର୍ଦ୍ଧ୍ବ କନ୍ନଡ଼ ଫିଲ୍ମରେ ସେ ଅଭିନୟ କରିଥିଲେ। ୧୯୮୫ରେ ସେ ଶ୍ରେଷ୍ଠ ଶିଶୁ କଳାକାର ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଶ୍ରେଷ୍ଠ ଶିଶୁ କଳାକାର ଭାବେ ସେ କର୍ଣ୍ଣାଟକ ରାଜ୍ୟ ପୁରସ୍କାର ମଧ୍ୟ ପାଇଥିଲେ। ୨୦୦୨ରେ ଆପ୍ପୁ ଫିଲ୍ମରେ ସେ ପ୍ରଥମ ଥର ପାଇଁ ନାୟକ ସାଜିଥିଲେ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories