www.samajalive.in
Sunday, December 7, 2025
23.1 C
Bhubaneswar

ଆଧାର କାର୍ଡ ଆଣନ୍ତୁ ୫୦ ହଜାର ଟଙ୍କା ନିଅନ୍ତୁ – କେନ୍ଦ୍ର ସରକାରଙ୍କ ଯୋଜନା

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଏକ ଯୋଜନା ଆରମ୍ଭ କରିଥିଲେ। ଯାହା ଅନେକ ଅନେକ ହିତାଧିକାରୀଙ୍କ ପାଇଁ ଲାଭଦାୟକ। କାରଣ ଏହି ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିଯୁକ୍ତ ଋଣ ମିଳିପାରୁଛି। ଏହି ଯୋଜନା କେବଳ ସେହିମାନଙ୍କ ପାଇଁ ଯେଉଁମାନେ ଛୋଟ ଧରଣର ବ୍ୟବସାୟ କରନ୍ତି। ମାତ୍ର କୌଣସି କାରଣ ବଶତଃ ନିଜ ବ୍ୟବସାୟ ପୁଣି ଥରେ ଆରମ୍ଭ କରିବାକୁ ସକ୍ଷମ ହୋଇ ପାରୁନାହାଁନ୍ତି କିମ୍ବା ଏକ ନୂଆ ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଇଚ୍ଛୁକ। ଏହି ସରକାରୀ ଯୋଜନାର ନାମ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା।
କରୋନା ମହାମାରୀ ସମୟରେ ରୋଜଗାର ହରାଇ ପୁଣି ଥରେ ରୋଜଗାରକ୍ଷମ ହେବାକୁ ଚାହୁଁଥିବା ବ୍ୟବସାୟୀଙ୍କ ପାଇଁ ଏହି ଯୋଜନା। ଏଭଳି ବ୍ୟବସାୟୀଙ୍କୁ ସାହାଯ୍ୟ କରିବା ପାଇଁ ସରକାର ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଆରମ୍ଭ କରିଥିଲେ। ମାତ୍ର ଯୋଜନାର ସଫଳତାକୁ ଦେଖି ସରକାର ପୁଣି ଥରେ ଏହାର ଅବଧି ବୃଦ୍ଧି କରିଛନ୍ତି। ଏହି ଯୋଜନା ମାଧ୍ୟମରେ ସରକାର ବିନା ଗ୍ୟାରେଣ୍ଟିଯୁକ୍ତ ଋଣ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଅଧିନରେ ପୁଣି ଏଥିରେ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଯୋଜନାରେ ପରିବା, ଫଳ ବ୍ୟବସାୟୀ ଓ ଫାଷ୍ଟଫୁଡ୍‌‌ ବ୍ୟବସାୟୀ ଋଣ ନେଇ ପାରିବେ।
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଉପଲବ୍ଧ। ମାତ୍ର ପ୍ରଥମେ ୧୦ ହଜାର ଟଙ୍କା ଋଣ ମିଳିବ। ଏହାକୁ ସଠିକ୍‌‌ ଭାବେ ଫେରସ୍ତ କଲେ ୨ୟ ଥର ଅଧିକ ପରିମାଣରେ ଋଣ ପ୍ରଦାନ କରାଯିବ। ଅର୍ଥାତ ପ୍ରଥମେ ଜଣେ କ୍ଷୁଦ୍ର ବ୍ୟବସାୟୀ ୧୦ ହଜାର ଟଙ୍କା ଋଣ ନେଇ ସଠିକ୍‌‌ ଭାବେ ଫେରସ୍ତ କରିବା ପରେ ୨ୟ ଥର ୨୦ ହଜାର ଟଙ୍କା ଋଣ ମିଳିବ। ଏହାପରେ ୩ୟ ଥର ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ। ଏହି ଯୋଜନାର ବିଶେଷତ୍ୱ ହେଉଛି ଋଣ ଉପରେ ସରକାର ସବ୍‌‌ସିଡି ମଧ୍ୟ ପ୍ରଦାନ କରି ଥାଆନ୍ତି।
ଏହି ଯୋଜନାରେ ଋଣ ନେବା ପାଇଁ କୌଣସି ପ୍ରକାର ଗ୍ୟାରେଣ୍ଟିର ଆବଶ୍ୟକତା ନାହିଁ। ଆବେଦନ ମଞ୍ଜୁର ହେବା ପରେ ଋଣ ଟଙ୍କା ୩ ଥରକେ ଆପଣଙ୍କ ଜମାଖାତା (ଆକାଉଣ୍ଟ)କୁ ଯିବ।
ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମଧ୍ୟରେ ନିଆଯାଉଥିବା ଋଣ ଏକ ବର୍ଷ ମଧ୍ୟରେ ପରିଶୋଧ କରିବାକୁ ପଡିବ। ପ୍ରତ୍ୟେକ ମାସରେ କିସ୍ତିରେ ଟଙ୍କା ପରିଶୋଧ କରି ପାରିବେ। ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ଲାଭ ପାଇବା ପାଇଁ ଆବେଦନ କରିବା ସମୟରେ ଆଧାର କାର୍ଡ ନିତାନ୍ତ ଜରୁରୀ। ଏହି ଯୋଜନାରେ ଋଣ ପାଇଁ ଯେକୌଣସି ସରକାରୀ ବ୍ୟାଙ୍କରେ ଆବେଦନ କରାଯାଇପାରିବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories