www.samajalive.in
Sunday, December 14, 2025
19.1 C
Bhubaneswar

ପ୍ରଧାନମନ୍ତ୍ରୀ ସୁରକ୍ଷା ଭଙ୍ଗ ମାମଲା, ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ୫ ଜଣିଆ କମିଟିର ଯାଞ୍ଚ ଆରମ୍ଭ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଭଙ୍ଗ ଘଟଣାର ଏକ ମାସ ପରେ ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପାଞ୍ଚ ଜଣିଆ କମିଟି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି। ପଞ୍ଜାବର ଫେରୋଜପୁର ଘଟଣାସ୍ଥଳରେ ପହଂଚି କମିଟି ତାର ଅନୁସନ୍ଧାନ କରିଥିବା ସୂଚନା ମିଳିଛି। ଏହି ସୁରକ୍ଷା ଜନିତ ତ୍ରୁଟି ଘଟଣାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ ଗତ ଜାନୁଆରୀ ୧୨ରେ ଅବସରପ୍ରାପ୍ତ ବରିଷ୍ଠ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ଗଠନ କରିଥିଲେ।

ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ଆଜି ଫ୍ଲାଏ ଓଭର ଯାଞ୍ଚ କରିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ଫେରେଜପୁରରେ ସାଧାରଣ ସଭାକୁ ଯିବା ସମୟରେ ପ୍ରାୟ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଥିଲେ। ସେ ସେହି ସ୍ଥାନକୁ ଯାଇଥିଲେ ଯେଉଁଠାରେ ରାଲି ହେବାର କାର୍ଯ୍ୟକ୍ରମ ଥିଲା। ଚଣ୍ଡିଗଡ଼ର ଡିଜିପି, ଜାତୀୟ ଅନୁସନ୍ଧାନ ଏଜେନ୍ସିର ଆଇଜି, ପଞ୍ଜାବର ଏଡିଜିପି ସିକ୍ୟୁରିଟି ଏବଂ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ସହ ଜଷ୍ଟିସ୍ ମାଲହୋତ୍ରା ଉପସ୍ଥିତ ଥିଲେ। ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସହ ଜଡିତ ସମ୍ପୂର୍ଣ୍ଣ ଦସ୍ତାବିଜ କମିଟି ନିକଟରେ ପହଞ୍ଚି ସାରିଛି।

- Advertisement -

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପରେ କେନ୍ଦ୍ର ଏବଂ ପଞ୍ଜାବ ସରକାର ପୃଥକ ତଦନ୍ତ ଆରମ୍ଭ କରିଥିଲେ। ପଞ୍ଜାବ ଅବସରପ୍ରାପ୍ତ ଜଷ୍ଟିସ ମେହେତାବ ସିଂ ଗିଲ ଏବଂ ଗୃହ ସଚିବ ଅନୁରାଗ ବର୍ମାଙ୍କୁ ନେଇ ଏକ କମିଟି ଗଠନ କରିଛି। କେନ୍ଦ୍ର ସରକାର ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ଏସପିଜି ଅଧିକାରୀଙ୍କ ସହ ସୁରକ୍ଷା ସଚିବଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନ କମିଟି ଗଠନ କରିଛି। କେନ୍ଦ୍ରୀୟ କମିଟି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ତେବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କମିଟିକୁ ବରଖାସ୍ତ କରିଛନ୍ତି ଏବଂ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମାଲହୋତ୍ରାଙ୍କ ନେତୃତ୍ୱରେ ମିଳିତ ତଦନ୍ତ କମିଟି ଗଠନ କରିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories