bjd gruha runa

୬୮ବର୍ଷ ବୟସରେ ପଦାର୍ପଣ କଲେ ମୋଦୀ

BJD Bijuli 480×75 Mob
0

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ୬୯ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ସୋସିଆଲ ମିଡିଆରେ ଦେଶର କୋଣ ଅନୁକୋଣରୁ ଦେଶବାସୀ ମୋଦୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଫେସବୁକ ଓ ଟ୍ୱିଟରରେ ଅଭିନନ୍ଦନର ସୁଅ ଛୁଟୁଛି। ଦେଶର କିଛି ପ୍ରମୁଖ ଜ୍ୟୋତିଷ ମୋଦୀଙ୍କ ଆଗାମୀ ଦିନ ସମ୍ପର୍କରେ ଗଣନା କରି କିଛି ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ତଥ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ମୋଦୀଙ୍କ ସମ୍ପର୍କରେ କ’ଣ କହୁଛନ୍ତି ଜ୍ୟୋତିଷ ଶାସ୍ତ୍ର।

୧୭ସେପ୍ଟେମ୍ବର ୧୯୫୦ରେ ମୋଦୀଙ୍କ ଜନ୍ମ। ଏହାକୁ ଗଣନା କରି ମୋଦୀଙ୍କ ଜନ୍ମାଙ୍କ ୮ ଓ ଭାଗ୍ୟାଙ୍କ ୫ବୋଲି ଜ୍ୟୋତିଷମାନେ କହିଛନ୍ତି। ଭାଗ୍ୟାଙ୍କ ୫ ହୋଇଥିବାରୁ ୨୦୧୪ରେ ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସମୟରେ ମୋଦୀଙ୍କ ବୟସ ୬୫ବର୍ଷ ଥିଲା। ୨, ୫ ଓ ୮ ସଂଖ୍ୟା ମୋଦୀଙ୍କ ପାଇଁ ସାକାରାତ୍ମକ। ୧୭ସେପ୍ଟେମ୍ବର ୨୦୧୮ରେ ମୋଦୀ ୬୯ବର୍ଷ ବୟସରେ ଅତିକ୍ରମ କରୁଛନ୍ତି। ଅର୍ଥାତ୍‍ ଚଳିତ ବର୍ଷରେ ମୋଦୀଙ୍କ ମୂଳ ଅଙ୍କ ୬ ଅଟେ। ମୋଦୀଙ୍କ ଜନ୍ମାଙ୍କ ଅଙ୍କ ୮ ଅର୍ଥାତ୍‍ ଶନି ଓ ଭାଗ୍ୟାଙ୍କ ୫ ଅର୍ଥାତ୍‍ ବୁଧ ସହ ମିତ୍ରତା ରହିଛି।ଏହାକୁ ଦୃଷ୍ଟିରେ ରଖି ମୋଦୀଙ୍କ ପାଇଁ ୬୯ବର୍ଷଟି ଶୁଭଙ୍କର ହେବ ବୋଲି ଜ୍ୟୋତିଷ ଶାସ୍ତ୍ରୀ ଆକଳନ କରିଛନ୍ତି।

ଅପରପକ୍ଷରେ ମୋଦୀଙ୍କ ମୂଳ ସଂଖ୍ୟା ୬ ତାଙ୍କ ଜନ୍ମ ସଂଖ୍ୟା ୨,୫ ଓ ୮ଠାରୁ ଭିନ୍ନ ହୋଇଥିବାରୁ ଏହି ବର୍ଷ ମୋଦୀଙ୍କୁ ନାନା ପ୍ରକାର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାର ସମ୍ଭାବନା ମଧ୍ୟ ରହିଛି। ସେହିପରି ୨୦୧୮ଟି ୨ସଂଖ୍ୟାରେ ଭାଗ ହେଉଥିବା ବେଳେ ୨୦୧୯ଟି ୩ରେ ଭାଗ ହେଉଛି। ଏଭଳି ପରିସ୍ଥିତିରେ ୨୦୧୯ ଅପେକ୍ଷା ୨୦୧୮ ଅଧିକ ଶୁଭପ୍ରଦ ବୋଲି ଜ୍ୟୋତିଷ ଶାସ୍ତ୍ରୀ ଦୃଢୋକ୍ତି କରିଛନ୍ତି।

ନରେନ୍ଦ୍ର ମୋଦୀଙ୍କ ନାମର ଯୋଗ ଅଙ୍କ ୪୧। ମୋଟ୍‍ ଅଙ୍କ ୫। ମୋଦୀଙ୍କ ୫ସଂଖ୍ୟା ଭାଗ୍ୟାଙ୍କ ହୋଇଥିବାରୁ ତାଙ୍କୁ ସର୍ବଦା ତାଙ୍କ କ୍ଷମତାର ପୁରା ପ୍ରୟୋଗ କରିବାର ଆବଶ୍ୟକତା ରହିଛି ବୋଲି ଶାସ୍ତ୍ରରେ କୁହାଯାଇଛି।

Leave A Reply