www.samajalive.in
Monday, December 15, 2025
15.1 C
Bhubaneswar

ପିଲାଏ ଦେଖିବେ ଆମ ହାତ ତିଆରି ଖେଳଣା, କାଲି ଟୟେ ଫେୟାର୍‍ ଉଦ୍‍ଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ଟୟେ ଫେୟାର୍‍-୨୦୨୧କୁ ଆସନ୍ତାକାଲି ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦ୍‍ଘାଟନ କରିବେ। ପ୍ରଧାନମନ୍ତ୍ରୀ ଗତ ବର୍ଷ ଅଗଷ୍ଟ ମାସରେ ତାଙ୍କର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଏହି ଟୟେ ଫେୟାର୍‍ ବିଷୟରେ ଉଲ୍ଲେଖ କରିଥିଲେ। ଛୋଟ ଶିଶୁମାନଙ୍କର ସାମୁହିକ ବିକାଶରେ ଖେଳନାର ଭୂମିକା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶରେ ଅଧିକରୁ ଅଧିକ ଖେଳନା ଉତ୍ପାଦନ ପ୍ରତି ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ଚିନ୍ତାଧାରା ମୁତାବକ ଏହି ଟୟେ ଫେୟାର୍‍ର ଆୟୋଜନ କରାଯାଉଛି।

ଦେଶରେ ଖେଳନାଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବା ଓ ବିଦେଶୀ ବଜାରରେ ଏଗୁଡ଼ିକର ଚାହିଦା ବୃଦ୍ଧି ଲକ୍ଷ୍ୟରେ ଆସନ୍ତା କାଲିଠାରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଭର୍ଚୁଆଲ ଉପାୟରେ ଇଣ୍ଡିଆ ଟଏ ଫେୟାର-୨୦୨୧ ଅନୁଷ୍ଠିତ ହେବ। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ଏହା ପ୍ରଥମ ଖେଳନା ବାଣିଜ୍ୟମେଳା ହେବ। ଏହି ବାଣିଜ୍ୟମେଳା ଦ୍ୱାରା ଭାରତୀୟ ଖେଳନାଗୁଡ଼ିକ ପ୍ରତି ଚାହିଦା ବୃଦ୍ଧି ପାଇବା ସହ ଦେଶର ଖେଳନା ଶିଳ୍ପର ବିକାଶ ଘଟିବ। ଇଣ୍ଡିଆ ଟଏ ଫେୟାର ୨୦୨୧ ପାଇଁ ଏକ ୱେବ୍‍ସାଇଟ୍‍ www.theindiatoyfair.in ସ୍ଥାପନ କରାଯାଇଛି। ଏହି ୱେବ୍‍ସାଇଟ୍‍ରେ ଛୋଟପିଲା, ସେମାନଙ୍କର ପିତାମାତା, ଶିକ୍ଷକ ଓ ପ୍ରଦର୍ଶନକାରୀମାନେ ପଞ୍ଜିକୃତ ହୋଇପାରିବେ। ଏହା ମାଧ୍ୟମରେ ଭାରତରେ ନିର୍ମିତ ଖେଳନା ଗୁଡ଼ିକର ପ୍ରଦର୍ଶନ ହେବ। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୧ ହଜାରରୁ ଊର୍ଦ୍ଧ୍ବ ପ୍ରଦର୍ଶନକାରୀ ଏଥିରେ ଭାଗନେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories