ବାହାରିନର ଶ୍ରୀନାଥଜୀ ମନ୍ଦିରରେ ମୋଦୀଙ୍କ ପୂଜାର୍ଚ୍ଚନା

ମାନାମା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବାହାରିନର ମାନାମାଠାରେ ଥିବା ୨୦୦ ବର୍ଷ ପୁରଣା ଶ୍ରୀନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସେହି ମନ୍ଦିରରେ ଥିବା ଏକ ଭାରତୀୟ ଦୋକାନରୁ ମିଠା ପ୍ରସାଦ କିଣି ସେଠାରେ ପୂଜାର୍ଚ୍ଚନା କରିଛନ୍ତି। ସେ ନିଜର ରୁପେ କାର୍ଡ ଜରିଆରେ ଏହା କିଣିଥିଲେ। ପ୍ରଧାନମନ୍ତ୍ରୀ ମନ୍ଦିରର ପୁନଃନିର୍ମାଣ ପରିଯୋଜନାର ଶୁଭାରମ୍ଭ କରି ପ୍ରାର୍ଥନା କରିଛନ୍ତି।

prayash

ଏହି ପରିଯୋଜନାରେ ୪୨ ଲକ୍ଷ ଡଲାର ନିବେଶ କରାଯାଇଛି। ବାହାରିନ ଗସ୍ତରେ ଯିବାରେ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାହାରିନର ଖଲିଫା ବିନ ସଲମାନ ଅଲ ଖଲିଫାଙ୍କ ସହ ସାକ୍ଷାତ କରିଥିଲେ। ଭାରତ ଏବଂ ବାହାରିନ ସମ୍ପର୍କ ସୁଦୃଢ କରିବା ପାଇଁ ଉଭୟ ନେତା ଆଲୋଚନା କରିଥିଲେ। ଦୁଇ ଦେଶର ନେତାଙ୍କ ମଧ୍ୟରେ ବ୍ୟାପାରିକ ଏବଂ ସାଂସ୍କୃତିକ ସମ୍ବନ୍ଧ ବିଷୟରେ ଚର୍ଚ୍ଚା ହୋଇଥିଲା। ମୋଦୀଙ୍କ ବାହାରିନ ଯାତ୍ରାକୁ ନେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବୀଶ କୁମାର ଟୁଇଟ କରି ଜଣାଇଛନ୍ତି କି, ମୋଦୀ ବାହରିନର ଅହଦ ସଲମାନ ବିନ ହମାଦଙ୍କ ସହ ସାକ୍ଷାତ କରିଛନ୍ତି । ସେ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧ ସୁଦୃଢ କରିବା ପାଇଁ ଚର୍ଚ୍ଚା କରିଛନ୍ତି। ରବିବାର ମୋଦୀ ବାହାରିନ ଗସ୍ତ ଶେଷ କରି ଫ୍ରାନ୍ସରେ ପହଞ୍ଚିଛନ୍ତି। ଫ୍ରାନ୍ସରେ​‌େ​ମାଦୀ ଜି-୭ ବୈଠକରେ ଯୋଗଦେବେ। ଏଠାରେ​‌ ମୋଦୀ ପରିବେଶ, ଜଳବାୟୁ ପରିବର୍ତ୍ତନ, ଡିଜିଟାଲ ଟ୍ରାନ୍ସ ଫରମେସନ ଆଦି ବିଭିନ୍ନ ପ୍ରସଙ୍ଗରେ ଅନ୍ୟ ଦେଶର ନେତାଙ୍କ ସହିତ କଥାବାର୍ତ୍ତା କରିବେ।

kalyan agarbati

Comments are closed.