ଅଗ୍ନି ତୀର୍ଥ ବେଳାଭୂମିରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଗ୍ନି ତୀର୍ଥ ବେଳାଭୂମିରେ ପବିତ୍ର ବୁଡ଼ ପକାଇବା ସହ ପ୍ରଭୁ ରାମନାଥସ୍ୱାମୀ ମନ୍ଦିରରେ ପୂଜା କରିଛନ୍ତି। ରୁଦ୍ରାକ୍ଷ ମାଳା ପିନ୍ଧି ଶ୍ରୀ ମୋଦୀ ତାମିଲନାଡୁର ଏହି ପ୍ରାଚୀନ ଶିବ ମନ୍ଦିର, ରାମନାଥସ୍ୱାମୀ ମନ୍ଦିରରେ ପ୍ରାର୍ଥନା କରିଥିଲେ। ତାଙ୍କୁ ପୁରୋହିତମାନେ ପାରମ୍ପରିକ ସମ୍ମାନ ପ୍ରଦାନ କରିଥିଲେ। ସେ ମନ୍ଦିରରେ ପ୍ରଦର୍ଶିତ ଭଜନ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ।

ତାଗିଦ କଲେ ସରକାର, ରାମ ମନ୍ଦିର କାର୍ଯ୍ୟକ୍ରମ ନେଇ ଭୁଲ ସୂଚନା ଦିଅନାହିଁ

ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର ରାମେଶ୍ୱରମ୍ ଦ୍ୱୀପରେ ଥିବା ଶିବ ମନ୍ଦିରର ମଧ୍ୟ ରାମାୟଣ ସହିତ ସଂଯୋଗ ଅଛି କାରଣ ଏଠାରେ ଥିବା ଶିବ ଲିଙ୍ଗ ଶ୍ରୀରାମଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଭଗବାନ ରାମ ଏବଂ ସୀତା ଦେବୀ ଏଠାରେ ପ୍ରାର୍ଥନା କରିଥିଲେ।

ତିରୁଚିରାପଲ୍ଲୀ ଜିଲ୍ଲାର ଶ୍ରୀ ରଙ୍ଗନାଥସ୍ୱାମୀ ମନ୍ଦିରରେ ପୂଜା କରିବା ପରେ ମୋଦୀ ବାୟୁସେନା ହେଲିକପ୍ଟର ଯୋଗେ ଏଠାକୁ ଆସିଥିଲେ ଏବଂ ବିଜେପି କର୍ମୀ ତଥା ସ୍ଥାନୀୟ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।

ବର୍ତ୍ତମାନର ସମୟ ହେଉଛି ପ୍ରତିଯୋଗିତାର ସମୟ – ପ୍ରତିରକ୍ଷା ମନ୍ତ୍ରୀ

Comments are closed.