www.samajalive.in
Tuesday, December 9, 2025
16.1 C
Bhubaneswar

ଜନଔଷଧି କେନ୍ଦ୍ରର ଔଷଧ ବ୍ୟବହାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ :  ଦେଶବ୍ୟାପି ଥିବା ବିଭିନ୍ନ ଜନଔଷଧି କେନ୍ଦ୍ରର ଔଷଧ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଜନଔଷଧି ଦିବସ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀ ମୋଦୀ ଆଜି ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଉଦବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ଆଜିକାର ବ୍ୟୟବହୁଳ ଚିକିତ୍ସା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନା ଗରିବ ଲୋକଙ୍କୁ ଏକ ବଡ ଆଶ୍ୱସ୍ତି ଆଣିଦେଇଛି। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଜନସାଧାରଣଙ୍କର ୯ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ସଞ୍ଚୟ ହୋଇପାରିଛି।
ଏହାଛଡ଼ା ଗରିବ ଓ ମଧ୍ୟବିତ୍ତ ପରିବାରର ଲୋକଙ୍କର ବାର୍ଷିକ ପ୍ରାୟ ୩ ହଜାର ୬ଶହ କୋଟି ଟଙ୍କା ସଞ୍ଚୟ ହୋଇପାରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଶିଲଂସ୍ଥିତ ଉତ୍ତର-ପୂର୍ବ ଇନ୍ଦିରା ଗାନ୍ଧୀ ଆଞ୍ଚଳିକ ସ୍ୱାସ୍ଥ୍ୟ ଓ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନରେ ଦେଶର ୭୫୦୦ତମ ଜନଔଷଧି କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ସେ କହିଛନ୍ତି, ୨୦୧୪ ମସିହା
ପର୍ଯ୍ୟନ୍ତ ଦେଶରେ ୧୦୦ରୁ କମ୍‍ ସଂଖ୍ୟକ ଜନଔଷଧି କେନ୍ଦ୍ର ଥିବାବେଳେ ଗତ ୬ ବର୍ଷ ମଧ୍ୟରେ ସରକାରଙ୍କର ଚିକିତ୍ସା କ୍ଷେତ୍ରରେ ସଂସ୍କାର ମୂଳକ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଦେଶରେ ଏତେସଂଖ୍ୟକ ଜନଔଷଧି କେନ୍ଦ୍ର ଖୋଲିପାରିଛି। ଖୁବ୍‍ଶୀଘ୍ର ଏହି ସଂଖ୍ୟା ୧୦ ହଜାରରେ ପହଞ୍ଚିବ ବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୨୩କୁ ଜାତିସଂଘ ଦ୍ୱାରା ଆନ୍ତର୍ଜାତିକ ବାଜରା ବର୍ଷ ଭାବେ ପାଳନ କରାଯିବାକୁ ଘୋଷଣା କରାଯାଇଛି। ବାଜରା ଉତ୍ପାଦନ ବୃଦ୍ଧିଦ୍ୱାରା ଦେଶର ଛୋଟ ଛୋଟ ଚାଷୀମାନେ ଉପକୃତ ହେଉଛନ୍ତି। ସେହିଭଳି ଭାରତର ଯୋଗ  ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହାଛଡା ଭାରତୀୟ ଶସ୍ୟ ଓ ଲୌହ ନିର୍ମିତ ଦ୍ରବ୍ୟର ବିଶ୍ୱବ୍ୟାପୀ ଅନେକ ଚାହିଦା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୋଭିଡ ଟିକାକରଣ କ୍ଷେତ୍ରରେ ମଧ୍ୟ ଭାରତ କେବଳ ନିଜର ନୁହେଁ; ବରଂ ସାରା ବିଶ୍ୱର ଉପକାର କରିବାରେ ସକ୍ଷମ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories