www.samajalive.in
Monday, December 15, 2025
16.1 C
Bhubaneswar

ବିହାରରେ ୩୬ ହଜାର କୋଟିର ପ୍ରକଳ୍ପ ଶିଳାନ୍ୟାସ ଓ ଉଦ୍‌ଘାଟନ

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବିହାର ଗସ୍ତରେ ଯାଇଥିବାବେଳେ ୩୬ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୋଦୀ ପୂର୍ଣ୍ଣିଆ ବିମାନ ବନ୍ଦରର ନୂତନ ଟର୍ମିନାଲ ଉଦ୍‌ଘାଟନ କରିଛନ୍ତି। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ଆରିଫ ମହମ୍ମଦ ଖାନ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନା, ଏକାଧିକ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀଙ୍କ ସମେତ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ।

ମୋଦୀ ଭାଗଲପୁର ଜିଲାର ପୀରପୈନତିଠାରେ ୨୪୦୦ ମେଗାୱାଟ ଶକ୍ତି ସମ୍ପନ୍ନ ଥର୍ମାଲ ପାୱାର ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୨୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବିହାରରେ ବିଦ୍ୟୁତ୍‌ ଶକ୍ତି ଯୋଗାଣ ବ୍ୟବସ୍ଥା ଅଧିକ ମଜଭୁତ ହେବ ବୋଲି ଆଶା କରାଯାଉଛି। ଏହାବ୍ୟତୀତ ମୋଦୀ ୨୬୮୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା କୋଶି-ମେଛି ଆନ୍ତଃରାଜ୍ୟ ନଦୀ ସଂଯୋଗୀକରରଣ ପ୍ରକଳ୍ପ (ଫେଜ୍‌-୧)ର ମଧ୍ୟ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପରୁ କେନାଲ ଯୋଗେ ଚାଷଜମିକୁ ଦୈନିକ ୨୦ ହଜାର କ୍ୟୁସେକ୍‌ ଜଳ ଯୋଗାଣ କରାଯାଇପାରିବ। ଏହି ପ୍ରକଳ୍ପ ଦ୍ବାରା ଉତ୍ତର-ପୂର୍ବ ବିହାରର ଏକାଧିକ ଜିଲାରେ ଜଳସେଚନ ବ୍ୟବସ୍ଥା ସୁବ୍ୟବସ୍ଥିତ ହେବା ସହିତ ବନ୍ୟାଜଳ ନିୟନ୍ତ୍ରଣ, ଚାଷଜମିର ଉର୍ବରତା ବୃଦ୍ଧି ପାଇବ ବୋଲି କୁହାଯାଇଛି। ଏହି ଅବସରରେ ମୋଦୀ ୨୧୭୦ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ବିକ୍ରମଶୀଳା-କଟାରିହା ଟ୍ରେନ ଲାଇନ ପ୍ରକଳ୍ପର ଶିଳାନ୍ୟାସ ଏବଂ ୪୪୧୦ କୋଟି ଟଙ୍କାରେ ନିର୍ମିତ ଆରାରିୟା-ଗାଲଗାଲିଆ ନୂଆ ଟ୍ରେନ ଲାଇନକୁ ଉଦ୍‌ଘାଟନ କରିଛନ୍ତି। ଗସ୍ତକାଳରେ ମୋଦୀ ଯୋଗବନି-ଦାନାପୁର ରୁଟ୍‌ରେ ବନ୍ଦେ ଭାରତ ଟ୍ରେନ ଏବଂ ସହର୍ସା-ଅମୃତସର ଏବଂ ଯୋଗବନି-ଇରୋଡ ରୁଟ୍‌ରେ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ ଚାଲିବା ଫଳରେ ଆରାରିଆ, ପୂର୍ଣ୍ଣିଆ, ମାଧେପୁରା, ସହର୍ସା, ଖଗାରିଆ, ବେଗୁସରାଇ, ସମସ୍ତିପୁର, ମୁଜାଫରନଗର, ବୈଶାଳୀ ଓ ପାଟନା ଜିଲାର ବାସିନ୍ଦା ଅଧିକ ମାତ୍ରାରେ ଉପକୃତ ହେବେ ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣରେ ଉପକୃତ ହୋଇଥିବା ୩୫,୦୦୦ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଦ୍ବାରା ଉପକୃତ ହୋଇଥିବା ୫୯୨୦ ଉପଭୋକ୍ତାଙ୍କ ଗୃହପ୍ରବେଶ ଉତ୍ସବରେ ମଧ୍ୟ ମୋଦୀ ନିଜକୁ ସାମିଲ କରିଥିବା ଜଣାପଡିଛି। ଏହାବ୍ୟତୀତ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନାରେ ବିଭିନ୍ନ ଗୋଷ୍ଠୀକୁ ୫୦୦ କୋଟି ମଧ୍ୟ ପ୍ରଦାନ କରିଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories