ନୂଆଦିଲ୍ଲୀ,୨୬ା୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାଭାବେ ମାନ୍ୟତାଲାଭ କରିଛନ୍ତି। ଆମେରିକାର ‘ମର୍ଣ୍ଣିଂ କନସଲ୍ଟ ଗ୍ଲୋବାଲ ଲିଡର ଆପ୍ରୁଭାଲ ଟ୍ରାକର’ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ମୋଦୀ ୭୫ ପ୍ରତିଶତ ଭୋଟ ପାଇ ତାଲିକାର ଶୀର୍ଷରେ ରହିଛନ୍ତି। ଜୁଲାଇ ୪ରୁ ୧୦ ମଧ୍ୟରେ ସଂସ୍ଥା ପକ୍ଷରୁ ବିଭିନ୍ନ ଦେଶର ବୟସ୍କ ନାଗରିକଙ୍କୁ ସର୍ଭେରେ ସାମିଲ କରାଯାଇଥିଲା। ମୋଦୀଙ୍କ ପଛକୁ ତାଲିକାର ଦ୍ବିତୀୟ ସ୍ଥାନରେ ୫୯ ପ୍ରତିଶତ ଭୋଟ ସହ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଇ ମ୍ୟୁଙ୍ଗ୍ ରହିଛନ୍ତି। ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲେଇ (୫୭%) ତୃତୀୟ ସ୍ଥାନରେ ଥିବାବେଳେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନେ (୫୬%) ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ (୫୪%) ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି। ଅପରପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୪୪ ପ୍ରତିଶତ ଭୋଟ ପାଇଁ ତାଲିକାର ୮ମ ସ୍ଥାନରେ ରହିଥିବା ପ୍ରକାଶ। ଦ୍ବିତୀୟ ଦଫା ଶାସନକାଳରେ ଟ୍ରମ୍ପଙ୍କ କେତେକ ବିବାଦୀୟ ନିଷ୍ପତ୍ତି ତାଙ୍କର ଲୋକପ୍ରିୟତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥିବା କୁହାଯାଇଛି।
Popular Categories



