www.samajalive.in
Sunday, December 14, 2025
19.1 C
Bhubaneswar

ଥାଇଲାଣ୍ଡ-କାମ୍ବୋଡିଆ ସଂଘର୍ଷ: ଜାତିସଂଘ  ନିରାପତ୍ତା ପରିଷଦର ଜରୁରୀ ବୈଠକ

ବ୍ୟାଙ୍କକ: ଦୁଇ ପଡୋଶୀ ରା​‌ଷ୍ଟ୍ର ଥାଇଲାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ଚାଲିଥିବା ସୀମା ବିବାଦ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ସୀମାରେ ଚାଲିଥିବା ସଂଘର୍ଷ ଶନିବାର ସୁଦ୍ଧା ତୃତୀୟ ଦିନରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଥାଇଲାଣ୍ଡର ୧୯, କାମ୍ବୋଡିଆର ୧୪ ନାଗରିକ ଓ ସୈନ୍ୟ ସାମିଲ ଅଛନ୍ତି। ଏହାବ୍ୟତୀତ ଉଭୟପକ୍ଷର ଶତାଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଏହି ଯୁଦ୍ଧ ପରିସ୍ଥିତିକୁ ନେଇ ଇତିମଧ୍ୟରେ ଜାତିସଂଘ ନିରାପତ୍ତା ପରିଷଦର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଷଦ ପକ୍ଷରୁ କୌଣସି ବିବୃତି ଜାରି କରାଯାଇନଥିଲେ ସୁଦ୍ଧା ଦୁଇ ଦେଶ ମଧ୍ୟରେ ଚାଲିଥିବା ସଂଘର୍ଷକୁ ତୁରନ୍ତ ବନ୍ଦ କରିବାକୁ ନିରାପତ୍ତା ପରିଷଦର ୧୫ ସଦସ୍ୟ (୫ ସ୍ଥାୟୀ ଓ ୧୦ ଅସ୍ଥାୟୀ) ରାଷ୍ଟ୍ର ଆହ୍ବାନ ଦେଇଛନ୍ତି। ଏହି ପରିସ୍ଥିତିରେ ଆସିଆନ (ଆସୋସିଏସନ ଫର ସାଉଥ ଇଷ୍ଟ ଏସିଆନ ନେସନ) ମଧ୍ୟସ୍ଥତା କରିବାକୁ ପରିଷଦର ଏକାଧିକ ସଦସ୍ୟ ପ୍ରସ୍ତାବ ଦେଇଛନ୍ତି। ଅପରପକ୍ଷରେ କାମ୍ବୋଡିଆ ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ ଅଛି ବୋଲି ଜାତିସଂଘରେ ଅବସ୍ଥାପିତ କାମ୍ବୋଡିଆ ରାଷ୍ଟ୍ରଦୂତ ଛିଆ କିଓ ସୂଚନା ଦେଇଛନ୍ତି। କାମ୍ବୋଡିଆ ପ୍ରଥମେ ଆକ୍ରମଣ କରି ସାଧାରଣ ନାଗରିକଙ୍କୁ ହତ୍ୟା କରୁଛି ବୋଲି ଥାଇଲାଣ୍ଡ ଅଭିଯୋଗ କରିଛି। କାମ୍ବୋଡିଆ ତୁଳନାରେ ଥାଇଲାଣ୍ଡର ଆୟତନ ତିନିଗୁଣ ହୋଇଥିବା ଏବଂ କାମ୍ବୋଡିଆର ନିଜସ୍ବ ବାୟୁସେନା ନଥିବା​‌ ସତ୍ତ୍ବେ ଏହା ଆକ୍ରମଣ କରିବାକୁ କିଭଳି ସାହସ କରୁଛି ବୋଲି କୂଟନୈତିକ ମହଲ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଇତିମଧ୍ୟରେ ଥାଇଲାଣ୍ଡ ବିବାଦୀୟ ସୀମାରୁ ୧ ଲକ୍ଷ ୩୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିସାରିଛି।

ଅପରପକ୍ଷରେ ସୀମାରେ ଉତ୍ତେଜନା ପାଇଁ କାମ୍ବୋଡିଆ ସମ୍ପୂର୍ଣ୍ଣ ଦାୟୀ ବୋଲି ଥାଇଲାଣ୍ଡର କାମଚଳା ପ୍ରଧାନମନ୍ତ୍ରୀ ଫୁମ୍‌ଥାମ୍‌ ୱେଛାୟାଛାଇ ଅଭିଯୋଗ କରିଛନ୍ତି। କାମ୍ବୋଡିଆ ସୈନ୍ୟ ବିନା କାରଣରେ ସାଧାରଣ ଲୋକଙ୍କ ଉପରକୁ ଗୁଳିଚାଳନା କରିବା ଏବଂ ଡାକ୍ତରଖାନାକୁ ନିଶାଣ କରୁଥିବା ସେ କହିଛନ୍ତି। ଥାଇଲାଣ୍ଡର ତ୍ରାତ୍‌ ଓ କାମ୍ବୋଡିଆର ପୁର୍ସାତ୍‌ ପ୍ରଦେଶରେ ମୁଖ୍ୟତଃ ଉତ୍ତେଜନା ଲାଗି ରହିଛି। ଏବେମଧ୍ୟ ସୀମାରେ ଟ୍ୟାଙ୍କ, ଗୁଳିଗୋଳା, ତୋପ ସହ ଉଭୟପକ୍ଷର ସହସ୍ରାଧିକ ସୈନ୍ୟ ଉପସ୍ଥିତ ଅଛନ୍ତି। ଗତ ବୁଧବାର ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଯୋଗୁଁ ୫ ଥାଇଲାଣ୍ଡ ସୈନ୍ୟ ଆହତ ହୋଇଥିଲେ। ଏଥିପାଇଁ ଥାଇଲାଣ୍ଡ ସରକାର କାମ୍ବୋଡିଆକୁ ଦାୟୀ କରିବାପରେ ପାଲଟା ଆକ୍ରମଣ ପାଇଁ ନିର୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ୨୦୦୮ରୁ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଲାଗି ରହିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories