www.samajalive.in
Monday, December 15, 2025
15.1 C
Bhubaneswar

କୁମ୍ଭମେଳାରେ ବୁଡ ପକାଇବେ ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ପ୍ରୟାଗରାଜଠାରେ ମହାକୁମ୍ଭ ପରିଦର୍ଶନ କରିବା ସହ ସଙ୍ଗମରେ ବୁଡ଼ ପକାଇବେ ଓ ମା’ ଗଙ୍ଗାଙ୍କୁ ପ୍ରାର୍ଥନା କରିବେ। ତେବେ ସେହିଦିନ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବାକୁ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ମହାକୁମ୍ଭ ସ୍ନାନକୁ ଗୁରୁତ୍ୱପୂର୍ଣ୍ଣ ମାନେ କରାଯାଉଛି।

ଚଳିତ ଦିଲ୍ଲୀ ସାଧାରଣ ନିର୍ବାଚନ ଉଭୟ ବିଜେପି ଓ ଆପ୍ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଯେବେଠାରୁ ମୋଦୀ ଦେଶରେ କ୍ଷମତାକୁ ଆସିଛନ୍ତି, ସେବେଠାରୁ ଦିଲ୍ଲୀକୁ ଅକ୍ତିଆର କରିବାରେ ବିଫଳ ହୋଇଛନ୍ତି। ସେପଟେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦୁର୍ନୀତି ମାମଲାରେ ଗିରଫ ହୋଇ ଜାମିନରେ ଫେରିବା ପରେ, ନିଜ ସ୍ଥିତି ଓ ନିଜ ଦଳର ସ୍ଥିତି ବଞ୍ଚାଇବା ପାଇଁ ପ୍ରାଣମୂର୍ଛା ଉଦ୍ୟମ କରୁଛନ୍ତି।

- Advertisement -

ସୂଚନା ଅନୁସାରେ ଶ୍ରୀ ମୋଦୀ ଫେବୃଆରୀ ୫ ତାରିଖ ସକାଳ ୧୦ଟା ୫ ମିନିଟରେ ପ୍ରୟାଗରାଜ ବିମାନ ବନ୍ଦରରେ ପହଞ୍ଚିବେ, ଏହା ପରେ ଡିପିଏସ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ସେ କୁମ୍ଭମେଳାର ଏରିଏଲ୍ ଘାଟରେ ଦିନ ୧୦ଟା ୪୫ ମିନିଟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଏରିଏଲ ଘାଟରୁ ଡଙ୍ଗା ମାଧ୍ୟମରେ ମୋଦୀ ମହାକୁମ୍ଭରେ ପହଞ୍ଚିବାର ସମୟ ସ୍ଥିର ହୋଇଛି। ସେଠାରେ ସେ ଦିନ ୧୧ଟାରୁ ୧୧ଟା ୩୦ ମିନିଟ ଯାଏଁ ଗଙ୍ଗା ନଦୀ ଓ ଘାଟରେ ବୁଡ ପକାଇବା ସହ ପୂଜାର୍ଚ୍ଚନା କରିବେ। ଏହା ପରେ ସେ ତୁରନ୍ତ ଦିଲ୍ଲୀ ଫେରିଯିବେ। ଦିଲ୍ଲୀରେ ଚାଲିଥିବା ମତଦାନ ଉପରେ ସେ ନଜର ରଖିବେ।

ସେହିପରି ଆପ୍ ମୁଖ୍ୟ ଅରବିନ୍ଦ କେଜରିବାଲ ବି ଏହାର ଗୋଟିଏ ଦିନ ଆଗରୁ ଅର୍ଥାତ ମଙ୍ଗଳବାର ଦିନ ଦିଲ୍ଲୀ ସ୍ଥିତ ହନୁମାନ ମନ୍ଦିର ଯାଇ ମହାବୀରଙ୍କ ଆଶୀର୍ବାଦ ଗ୍ରହଣ କରିଛନ୍ତି। ନିଜ ପରିବାର ସହ ସେ ସଙ୍କଟ ମୋଚନଙ୍କ ପାଖକୁ ଯାଇ ଆଶୀର୍ବାଦ ଲୋଡିଛନ୍ତି।

ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ଭାବେ ପରିଚୟ ହାସଲ କରିଥିବା ମହାକୁମ୍ଭ ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଛି ଏବଂ ଏହା ଫେବୃଆରୀ ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଜାରି ରହିବ। ଏହି ପବିତ୍ର ଅବସରରେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ସଙ୍ଗମ ସ୍ଥଳରେ ବୁଡ଼ ପକାଇ ପ୍ରାର୍ଥନା କରିଛନ୍ତି।

ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରଚାର ଏବଂ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ତୀର୍ଥସ୍ଥଳରେ ଭିତ୍ତିଭୂମି ତଥା ମୌଳିକ ସୁବିଧା ବିକାଶ ପାଇଁ ନିରନ୍ତର ସକ୍ରିୟ ପଦକ୍ଷେପ ନେଇଛନ୍ତି। ପୂର୍ବରୁ, ୧୩ ଡିସେମ୍ବର, ୨୦୨୪ ରେ ପ୍ରୟାଗରାଜ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ୫,୫୦୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ୧୬୭ ଟି ଉନ୍ନୟନ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ଏହି ସମସ୍ତ ପ୍ରକଳ୍ପ ସାଧାରଣ ଜନତାଙ୍କ ପାଇଁ ଯାତାୟାତ, ସେବା ଏବଂ ସୁବିଧାରେ ଉନ୍ନତି ଆଣିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories