ନୂଆଦିଲ୍ଲୀ: ନିର୍ବାଚନ କମିଶନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ନିର୍ମିତ ଚଳଚ୍ଚିତ୍ରର ମୁକ୍ତିଲାଭକୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। କମିଶନ୍ କହିଛନ୍ତି, ଏଭଳି ଚଳଚ୍ଚିତ୍ର ମୁକ୍ତିଲାଭ କଲେ ଭୋଟର୍ମାନଙ୍କ ଉପରେ ପ୍ରଭାବ ପଡ଼ିବ। ଚଳଚ୍ଚିତ୍ର ମୁକ୍ତିଲାଭ କରିବାର ଠିକ୍ ଦିନକ ପୂର୍ବରୁ ଏହି ନିଷ୍ପତ୍ତି ପ୍ରକାଶ ପାଇଛି। ନିର୍ବାଚନ କମିଶନ୍ ଏକ ବିବୃତ୍ତିରେ କହିଛନ୍ତି, ଜୀବନୀ, ଧାର୍ମିକ ଜୀବନୀ ଓ ସେହିଭଳି ଜୀବନ ବୃତ୍ତାନ୍ତଗୁଡ଼ିକ ଭୋଟର୍ମାନଙ୍କୁ ନିଶ୍ଚିତରୂପେ ପ୍ରଭାବିତ କରିବ। ତେଣୁ ସେଦୃଷ୍ଟିରୁ ସେଗୁଡ଼ିକର ଗଣମାଧ୍ୟମ କିମ୍ବା ଇଲେକ୍ଟ୍ରୋନିକ୍ ଗଣମାଧ୍ୟମରେ ପ୍ରସାରିତ ହେବା ଉଚିତ ନୁହେଁ। କଂଗ୍ରେସ ସମେତ ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ନିର୍ମିତ ଚଳଚ୍ଚିତ୍ରକୁ ନିଷେଧ କରିବାପାଇଁ ଦାବି କରିଥିଲେ। ଏହାକୁ ରାଜନୈତିକ ଉଦ୍ଦେଶ୍ୟ ରଖି ନିର୍ମାଣ କରାଯାଇଥିବାର ସେମାନେ କହିଥିଲେ। ନିର୍ବାଚନ କମିଶନ୍ କହିଛନ୍ତି, ଏହି ନିର୍ଦ୍ଦେଶ ‘ନମୋ ଟିଭି’ ଉପରେ ମଧ୍ୟ ଲାଗୁ ହେବ।
Popular Categories



