nua o banner

କଟକ ସଦର ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା

BJD Bijuli 480×75 Mob

ନେମାଳ: କଟକ ସଦର ନିର୍ବାଚନ ମଣ୍ଡଳୀରେ କର୍ମୀମାନଙ୍କ ମହଲରେ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଭିନ୍ନ ପନ୍ଥା ଅବଲମ୍ବନ କରୁଥିବାର ଦେଖାଯାଇଛି। କଟକ ସଦର ନିର୍ବାଚନ ମଣ୍ଡଳୀର ବିଜେଡି ରଥରେ ରଥୀ ସାଜିଛନ୍ତି ଚନ୍ଦ୍ରସାରଥୀ। ବିକାଶକୁ ଆୟୁଧ କରି ବୁଲୁଛନ୍ତି ଗଳିକନ୍ଦି ଆଉ ଘରକୁ ଘର। କଟକ ସଦର ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ଅଙ୍ଗୀକାରବଦ୍ଧ ବୋଲି ମତବ୍ୟକ୍ତ କରିଛନ୍ତି। ଓଡିଶା ବିଧାନସଭା ଆସନରେ କଟକ ସଦର ନିର୍ବାଚନ ମଣ୍ଡଳୀ ସଂରକ୍ଷିତ ଥିଲା ବେଳେ ଗତ ୨୦୧୪ ନିର୍ବାଚନରେ ବିଜେଡି ଦଳରୁ ଚନ୍ଦ୍ରସାରଥି ବେହେରା, କଂଗ୍ରେସରୁ ବାଙ୍କନିଧି ବେହେରା ଓ ବିଜେପି ଦଳରୁ ଦିଲ୍ଲୀପ ମଲ୍ଲିକଙ୍କ ପ୍ରତିଦ୍ୱନ୍ଦିତା ହୋଇଥିଲା। ୨୦୧୪ ନିର୍ବାଚନରେ କଟକ ସଦର ନିର୍ବାଚନ ମଣ୍ଡଳୀରେ ୨୧୧ ବୁଥ୍‍ଥିଲା ବେଳେ ୨ ଲକ୍ଷ ଭୋଟରଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ୮୦ ହଜାର ପୁଲିଂ ହୋଇଥିଲା। ସେତେବେଳେ ରାଜ୍ୟରେ ବିଜେପି ଦଳର ଏତେ ପ୍ରଭାବ ନଥିଲେ ମଧ୍ୟ ବିଜେପି ପ୍ରାଥୀ ଦିଲ୍ଲୀପ ମଲ୍ଲିକ ଭୋଟରଙ୍କ ନିକଟତର ହୋଇ ପ୍ରତିଦ୍ୱନ୍ଦିତା ସ୍ତରକୁ ଆସିଥିଲେ। ଏପରିକି ମର୍ଯ୍ୟାଦାପୂର୍ଣ ବୟାଳିଶି ମଉଜା ଅଂଚଳର ଭୋଟର ସହାୟତା ପ୍ରଦାନ କରିନଥିବାରୁ ଦିଲ୍ଲୀପ ମଲ୍ଲିକ ପ୍ରାୟ ୨୫ ହଜାରୁ ଉର୍ଦ୍ଧ ଭୋଟରେ ପଛରେ ରହି ମନ୍ତ୍ରୀ ଚନ୍ଦ୍ରସାରଥି ବେହେରାଙ୍କଠାରୁ ହାରିଥିଲେ।

ଅପରପକ୍ଷରେ କଂଗ୍ରେସର ପ୍ରାର୍ଥୀ ବାଙ୍କନିଧି ବେହେରା କର୍ମୀମାନଙ୍କର ନିକଟତର ହୋଇପାରିନଥିଲେ। ତେବେ ଆଗାମୀ ୨୦୧୯ ନିର୍ବାଚନରେ ଏହି ସଦର ନିର୍ବାଚନ ମଣ୍ଡଳୀରେ ୨୩୩ ବୁଥ୍‍ ହୋଇଥିଲା ବେଳେ ଭୋଟରଙ୍କ ସଂଖ୍ୟା ପ୍ରାୟ ୧୫ ହଜାର ବଢି ମୋଟ ୨ ଲକ୍ଷ ୧୩ ହଜାର ଭୋଟର ନିଜର ମତ ସାବ୍ୟସ୍ତ କରିବେ। ତେବେ ଦ୍ୱିତୀୟଥର ସରକାରରେ ଥିବା ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା ବିଜେଡି ଦଳରୁ ପ୍ରାର୍ଥୀ ହୋଇଥିଲା ବେଳେ ବିଜେପିରୁ ମଧ୍ୟ ଦିଲ୍ଲୀପ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଂଗ୍ରେସ ଦଳରୁ ଅଭିଷେକ ମହାନନ୍ଦ ପ୍ରାର୍ଥୀ ହୋଇ ପ୍ରଚାର ଆରମ୍ବ କରିଛନ୍ତି। ସୁଚନାଯୋଗ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮ ବର୍ଷ ଶାସନ କରି ସମଗ୍ର ଅଂଚଳରେ ନିଜର କାୟା ବିସ୍ତାର କରିଥିଲା ବେଳେ ଭୋଟରମାନଙ୍କୁ ମନାଇବା ପାଇଁ ବିଗତ ଦିନରେ ବିଜୁ ପକ୍କାଘର, କୃଷକମାନଙ୍କ ପାଇଁ କାଳିଆ ଯୋଜନାରେ ଅର୍ଥ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ରାଶି, ସର୍ବପରୀ ଯୁବକ ଯୁବତୀମାନଙ୍କୁ ଏକତ୍ରିତ କରିବା ପାଇଁ ଖେଳ ସାମଗ୍ରୀଠାରୁ ଆରମ୍ଭ କରି ପ୍ରୋତ୍ସାହନ ରାଶି ଯୋଗାଇ ଦେଇଛନ୍ତି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ପାର୍ଥୀମାନଙ୍କୁ ଜିତାଇବାରେ ସହାୟକ ହେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ତତ୍‍ସହିତ ବିଜେଡି ଦଳରୁ ସାଂସଦ ଭାବରେ ଭର୍ତୁହରି ମହତାବ ନିର୍ବାଚନ ମଇଦାନରେ ପ୍ରଚାର କରୁଛନ୍ତି।

Comments are closed.