www.samajalive.in
Monday, December 15, 2025
17.1 C
Bhubaneswar

ଜାତିସଂଘ ଜଳବାୟୁ ସମିତିରେ ମୋଦୀଙ୍କ ମତ : ବିକାଶମୂଳକ କାର୍ଯ୍ୟରେ ଉପଯୋଜନ ଜରୁରୀ

ଗ୍ଲାସଗୋ : ସମ୍ପ୍ରତି ବିଶ୍ବରେ ଆପଣାଯାଉଥିବା ବିକାଶମୂଳକ ଯୋଜନା ଗୁଡିକର ପ୍ରୟୋଜନ ଅନୁଯାୟୀ ପରିବର୍ତ୍ତନ ଅଣାଯିବା ଜରୁରୀ। ଏହାଦ୍ବାରା ବିଶ୍ବ ଜଳବାୟୁ ପରିବର୍ତ୍ତନକୁ ଅନେକାଂଶରେ ରୋକାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସୋମବାର ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଆୟୋଜିତ ଜାତିସଂଘ ଜଳବାୟୁ ସମିତିରେ ଉଦ୍‌ବୋଧନ ଦେଇ ମୋଦୀ ବିଶ୍ବ ​ନେତାଙ୍କୁ କହିଛନ୍ତି ଯେ ବିକାଶମୂଳକ କାର୍ଯ୍ୟର ଉପଯୋଜନକୁ ସମସ୍ତ ରାଷ୍ଟ୍ର ଆପଣାଇବା ଦରକାର । ସ୍ବଚ୍ଛ ପାନୀୟ ଜଳ ଯୋଗାଣ ଠାରୁ ଆରମ୍ଭ କରି କ୍ରୟ ସାପେକ୍ଷ ବାସଗୃହ ନିର୍ମାଣ ପ୍ରତିଟି ବିକାଶମୂଳକ କାର୍ଯ୍ୟରେ ଜଳବାୟୁ ଅନୁକୂଳ ଉପଯୋଜନକୁ ଆପଣାଯିବା ଦରକାର। ମୋଦୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଉପଯୋଜନକୁ ବିଦ୍ୟାଳୟର ପାଠ୍ୟକ୍ରମରେ ମଧ୍ୟ ସାମିଲ କରାଯିବା ଦରକାର । ଏହାଦ୍ବାରା ଆମର ଭବିଷ୍ୟତ ପିଢି ଏହା ଉପରେ ସଚେତନ ହୋଇପାରିବେ । ସେ କହିଛନ୍ତି ଯେ ଭାରତ ଏହାର ପ୍ରମୁଖ ବିକାଶମୂଳକ ଯୋଜନା ‘ନଳ ସେ ଜଲ୍‌’, ‘ଉଜ୍ବଳା’ରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଉପଯୋଜନକୁ ଆପଣାଇଛି । ଏହାଦ୍ବାରା ନାଗରିକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିପାରିଛି । ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବ କୃଷିକ୍ଷେତ୍ର ଉପରେ ଅଧିକ ପଢୁଛି । ଏହାଦ୍ବାରା କୃଷକମାନେ ଅଧିକ କ୍ଷତିର ସମ୍ମୁଖୀନ ହେଉଛନ୍ତି।

Image : @AIR News

ଜାତିସଂଘ ଜଳବାୟୁ ସମ୍ପର୍କିତ ୨୬ତମ ସମ୍ମିଳନୀ (ସିଓପି୨୬) ଅକ୍ଟୋବର ୩୧ରୁ ଆରମ୍ଭ ହୋଇଥିବାବେଳେ ଏହା ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ମିଳନୀରେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି ଯେ ବିଶ୍ବ ଜଳବାୟୁ ନିୟନ୍ତ୍ରଣ ପାଇଁ ବିକାଶଶୀଳ ରାଷ୍ଟ୍ରଗୁଡିକ ଯେଉଁ ଆର୍ଥିକ ପ୍ରତିଶ୍ରୁତିବଦ୍ଧତା ଦେଇଥିଲେ ତାକୁ ପୂରଣ କରିବାରେ ବିଫଳ ହୋଇଛନ୍ତି। ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ନିମନ୍ତେ ଅନଗ୍ରସର ରାଷ୍ଟ୍ରଗୁଡିକ ସମ୍ମୁଖୀନ ହେଉଥିବା କ୍ଷତିକୁ ଭରଣା ନିମନ୍ତେ ବାର୍ଷିକ ୧୦ ହଜାର କୋଟି ଡଲାର ସହାୟତା ଯୋଗାଇ ଦେବାରେ ବିକାଶଶୀଳ ରାଷ୍ଟ୍ରଗୁଡିକ ବିଫଳ ହୋଇଛନ୍ତି । ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଭାରତ ଓ ଚୀନ (ବେସିକ୍) ରାଷ୍ଟ୍ରଗୁଡିକ ପକ୍ଷରୁ ଯାଦବ ଏହା କହିଛନ୍ତି। ସେ କହିଛନ୍ତି ଯେ ୨୦୦୯ ପରଠାରୁ ବେସିକ୍ ରାଷ୍ଟ୍ରଗୁଡିକ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଦିଗରେ ବଡ ପଦକ୍ଷେପ ନେଇ ଆସିଛନ୍ତି। ତେଣୁ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ନିମନ୍ତେ ବିକାଶଶୀଳ ରାଷ୍ଟ୍ରଗୁଡିକ ସମୟ ଉପଯୋଗୀ ନୀତି ନିର୍ଦ୍ଧାରଣ କରିବା ଦରକାର। ଜଳବାୟୁ ସମିତିରେ ଯୋଗ ଦେବା ଲାଗି ଯାଦବ ଅକ୍ଟୋବର ୨୯ରୁ ଗ୍ଲାସଗୋ ଗସ୍ତରେ ଅଛନ୍ତି ।
ସମ୍ମିଳନୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି ଯେ ସମ୍ପ୍ରତି ବିଶ୍ବ ଜଳବାୟୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛି । ତେଣୁ ବର୍ତ୍ତମାନ ସମୟରେ ଆମକୁ ଏହି ଜଳବାୟୁ ପରିବର୍ତ୍ତନ ରୋକିବାକୁ ତ୍ବରିତ ପଦକ୍ଷେପ ନେବା ପୂର୍ବକ ମାନବ ସଭ୍ୟତାକୁ ବଞ୍ଚାଇବାକୁ ପଡିବ। ଆମ ପାଖରେ ଏବେ ଆଉ ସମୟ ନାହିଁ। ପରିବେଶ ଉପରେ ମାନବ ସଭ୍ୟତାର ହସ୍ତକ୍ଷେପ ବହୁତ ହୋଇଗଲାଣି। ଏବେ ଆମେ ନିଜେ‌େ‌ ନିଜର କବର ଖୋଳିବା ବନ୍ଦ କରିବା ଦରକାର । ବିଶ୍ବ ତାପମାତ୍ରା ବୃଦ୍ଧିକୁ ୧.୫ଡିଗ୍ରୀ ସେଲସିୟସ୍ ମଧ୍ୟରେ ସୀମିତ ରଖିବାକୁ ଆମକୁ ସଙ୍କଳ୍ପବଦ୍ଧ ହେବା ଦରକାର । ଏଥିପାଇଁ ଆମକୁ ବଡ ପଦକ୍ଷେପ ନେବାକୁ ହେବ। ସେହିପରି ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ନିର୍ଗମନକୁ ୪୫% ହ୍ରାସ କରିବାକୁ ହେବ। ଅନ୍ୟମାନଙ୍କ ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ପ୍ରମୁଖ ଜଳବାୟୁ ସମିତିକୁ ସମ୍ବୋଧନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories