www.samajalive.in
Monday, December 15, 2025
16.1 C
Bhubaneswar

ବିକଶିତ ଭାରତ ସଂକଳ୍ପ ଯାତ୍ରା : ‘ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ୍‌‌ କେନ୍ଦ୍ର’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ଣ ୧୧ଟାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀମାନଙ୍କ ସହିତ ଆଭାସୀ ଜରିଆରେ ଭାବ ବିନିମୟ କରିଛନ୍ତି। ଏତଦ୍‌‌ବ୍ୟତୀତ ପ୍ରଧାନମନ୍ତ୍ରୀ ଆଜି ବିହାରର ଦେଓଘର ଏମ୍ସଠାରେ ୧୦ ହଜାର ତମ ଜନଔଷଧି କେନ୍ଦ୍ରକୁ ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରର ସଂଖ୍ୟା ୧୦,୦୦୦ ରୁ ୨୫,୦୦୦ କୁ ବୃଦ୍ଧି କରିବାକୁ ଏକ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଜନଔଷଧି କେନ୍ଦ୍ର ମାଧ୍ୟମରେ ଜନସାଧାରଣଙ୍କୁ ସୁଲଭ ଓ ସହଜରେ ଔଷଧ ଉପଲବ୍ଧ କରାଇବା ହେଉଛି କେନ୍ଦ୍ର ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘ପ୍ରଧାନମନ୍ତ୍ରୀ ମହିଳା କିଷାନ ଡ୍ରୋନ୍‌‌ କେନ୍ଦ୍ର’ର ମଧ୍ୟ ଶୁଭାରମ୍ଭ କରିଛନ୍ତି।
ଏହି ବୈଷୟିକ ସହାୟତା ମାଧ୍ୟମରେ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଜୀବିକାର୍ଜନ ନିମନ୍ତେ ସୁଯୋଗ ମିଳିପାରିବ ବୋଲି ସରକାରୀ ଭାବେ କୁହାଯାଉଛି। ଆସନ୍ତା ୩ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୧୫ ହଜାର ଡ୍ରୋନ୍‌‌ ଯୋଗାଇ ଦିଆଯିବ। ଡ୍ରୋନ୍‌‌ ଉଡ଼ାଇବା ଏବଂ ସେଗୁଡ଼ିକୁ ଠିକ୍‌‌ ଭାବେ ବ୍ୟବହାର କରିବା ଲାଗି ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଏପରିକି କୃଷି କ୍ଷେତ୍ରରେ ଏଭଳି ବୈଷୟିକ ସହାୟତା ବିନିଯୋଗ ଲାଗି ଏହି ବ୍ୟବସ୍ଥା ପ୍ରୋତ୍ସାହନ ଦେବ।
ଚଳିତବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ପାଇଁ ଡ୍ରୋନ୍‌‌ ଯୋଗାଇଦେବା ଏବଂ ଜନଔଷଧୀ କେନ୍ଦ୍ରର ସଂଖ୍ୟାକୁ ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି କରିବା ଲାଗି ଘୋଷଣା କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories