୧୯ବର୍ଷରୁ କମ୍‍ କ୍ରିକେଟ ବିଶ୍ୱକପ ବିଜୟ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ବର୍ଷରୁ କମ୍‍ ଆଇସିସି ବିଶ୍ୱକପ ବିଜୟ ପାଇଁ ଭାରତୀୟ କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ;

“ଆମର ଯୁବ କ୍ରିକେଟରଙ୍କ ପାଇଁ ଅତ୍ୟଧିକ ଗର୍ବିତ। ୧୯ବର୍ଷରୁ କମ୍‍ ଆଇସିସି ବିଶ୍ୱକପ ଜିତିବା ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ । ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ସେମାନେ ବହୁତ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ସର୍ବୋଚ୍ଚ ସ୍ତରରେ ସେମାନଙ୍କର ଚମତ୍କାର ପ୍ରଦର୍ଶନ ଦର୍ଶାଉଛି ଯେ ଭାରତୀୟ କ୍ରିକେଟର ଭବିଷ୍ୟତ ସୁରକ୍ଷିତ ଏବଂ ଦକ୍ଷ ଖେଳାଳୀଙ୍କ ହାତରେ ଅଛି ।”

 

Comments are closed.