www.samajalive.in
Tuesday, December 9, 2025
26.1 C
Bhubaneswar

ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ନିର୍ବାଚିତ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକାଧିକ ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ; “ଭାରତ ଇତିହାସ ରଚିଛି । ୧.୩ ବିଲିୟନ ଭାରତୀୟ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ପୂର୍ବ ଭାରତର ଦୁର୍ଗମ ଅଞ୍ଚଳରେ ଜନ୍ମିତ ଆଦିବାସୀ ସମ୍ପ୍ରଦାୟର ଝିଅ ଆମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

- Advertisement -

ଏହି ସଫଳତା ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ।”

“ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜୀବନ, ତାଙ୍କ ପ୍ରାଥମିକ ସଂଘର୍ଷ, ସମୃଦ୍ଧ ସେବା ଓ ଅନୁକରଣୀୟ ସଫଳତା ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ । ସେ ଆମ ଦେଶର ନାଗରିକ ବିଶେଷ କରି ଦରିଦ୍ର, ଅବହେଳିତ ଓ ନିଷ୍ପେଷିତଙ୍କ ପାଇଁ ଆଶାର କିରଣ ହୋଇ ଉଭା ହୋଇଛନ୍ତି ।”

“ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହାଶୟା ଜଣେ ଉତ୍ତମ ବିଧାୟକ ଓ ମନ୍ତ୍ରୀ ଥିଲେ । ଝାଡଖଣ୍ଡ ରାଜ୍ୟପାଳ ଭାବରେ ତାଙ୍କ କାର୍ଯ୍ୟକାଳ ଖୁବ ସଫଳ ଥିଲା । ମୁଁ ନିଶ୍ଚିତ ଯେ, ଜଣେ ଅସାଧାରଣ ରାଷ୍ଟ୍ରପତି ଭାବେ ସେ ଭାରତର ବିକାଶ ଯାତ୍ରାକୁ ନେତୃତ୍ୱ ପ୍ରଦାନ କରି ଆଗେଇ ନେବେ ।”

“ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିବା ବିଭିନ୍ନ ଦଳର ସାଂସଦ ଓ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଉଛି । ତାଙ୍କର ରେକର୍ଡ ବିଜୟ ଆମ ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ।”

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories