ରଜତ କରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ : ପ୍ରସିଦ୍ଧ ସାହିତ୍ୟିକ ତଥା ସଂସ୍କୃତି ଗବେଷକ ଡ଼. ରଜତ କୁମାର କରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଟ୍ବିଟ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ଡ଼. ରଜତ କୁମାର କର ସାଂସ୍କୃତିକ ଜୀବନ ଯାତ୍ରାର ଜଣେ ନାୟକ ଥିଲେ । ରଥଯାତ୍ରାର ବିଚକ୍ଷଣ ଧାରା ବିବରଣୀ ତାଙ୍କର ବହୁମୁଖୀ ପ୍ରତିଭାର ପରିଚୟ ଦିଏ । ବହୁବିଧ ପ୍ରସଙ୍ଗରେ ଲେଖନୀ ଚାଳନା ତଥା ଲୋକକଳା ‘ପାଲା’ର ପୁନରୁଦ୍ଧାର ପାଇଁ ତାଙ୍କର ଉଦ୍ୟମ ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗରେ ସେ ଦୁଃଖିତ ଏବଂ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି।
Dr. Rajat Kumar Kar was a doyen of the cultural world. His multifaceted persona was seen in the manner in which he chronicled the Rath Yatra, wrote on diverse topics and worked to revive Pala art. Saddened by his passing away. Condolences to his family and admirers. Om Shanti. pic.twitter.com/PX7qFfQsfd
— Narendra Modi (@narendramodi) May 8, 2022
Comments are closed.