www.samajalive.in
Sunday, December 14, 2025
17.1 C
Bhubaneswar

ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ସଙ୍ଗଠନ ଭାରତକୁ ଆତ୍ମନିର୍ଭର କରିବାରେ ସମ୍ପୂର୍ଣ୍ଣ ଶକ୍ତି ବିନିଯୋଗ କରନ୍ତୁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ :  ଭାରତକୁ ଆତ୍ମନିର୍ଭର କରିବାରେ ସମ୍ପୂର୍ଣ୍ଣ ଶକ୍ତି ବିନିଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ଶିଳ୍ପ ସଂସ୍ଥା ଓ ବ୍ୟବସାୟିକ ସଙ୍ଗଠନ ଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆସୋଚାମ ଫାଉଣ୍ଡେସନ୍‍ ୱିକ୍‍-୨୦୨୦ରେ ମୁଖ୍ୟ ଅଭିଭାଷଣ ଦେଇ ଶ୍ରୀ ମୋଦୀ କହିଛନ୍ତି, ଆଜିର ସମୟରେ ସମଗ୍ର ବିଶ୍ୱ ଚତୁର୍ଥ ଶିଳ୍ପ ବିପ୍ଳବ ଆଡ଼କୁ ଦ୍ରୁତଗତିରେ ଅଗ୍ରସର ହେଉଛି। ସେ କହିଛନ୍ତି, ନୂଆ ନୂଆ ଜ୍ଞାନକୌଶଳ ସହାୟତାରେ ବିଭିନ୍ନ ଚ୍ୟାଲେଞ୍ଜ୍‍ ଗୁଡ଼ିକର ସମାଧାନ କରାଯାଇପାରିବ।
ଶ୍ରୀ ମୋଦି କହିଛନ୍ତି, ତୁରନ୍ତ ଯୋଜନା ପ୍ରସ୍ତୁତ କରି ତାହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଆଜି ଅପରିହାର୍ଯ୍ୟ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ୨୭ ବର୍ଷ କେବଳ ବିଶ୍ୱରେ ଭାରତର ଭୂମିକା ନିର୍ଦ୍ଧାରଣ କରିବ ନାହିଁ, ଏହା ଭାରତୀୟ ମାନଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସେମାନଙ୍କର ସାମାର୍ଥ୍ୟର ପରୀକ୍ଷା ନେବ। ୨୭ ବର୍ଷ ପରେ ଦେଶ ସ୍ୱାଧୀନତା ପ୍ରାପ୍ତିର ଶତବାର୍ଷିକୀ ପାଳନ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଶିଳ୍ପଗୁଡ଼ିକର ଦକ୍ଷତା, କୁଶଳତା ଓ କାର୍ଯ୍ୟ କରିବାର ସାମର୍ଥ୍ୟ ବିଶ୍ୱକୁ ଦେଖାଇବାପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗବେଷଣା ଓ ବିକାଶ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରିବାକୁ ହେବ। ଗବେଷଣା ଓ ବିକାଶ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ କରିବାକୁ ପ୍ରଧାନମନ୍ତ୍ରୀ ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, କୃଷି, ପ୍ରତିରକ୍ଷା, ମହାକାଶ, ଶକ୍ତି, ନିର୍ମାଣ,ଔଷଧ ଉତ୍ପାଦନ ଓ ପରିବହନ ଭଳି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରାଯାଇ ପାରିବ।
ପ୍ରତ୍ୟେକ କମ୍ପାନୀ ଗବେଷଣା ଓ ବିକାଶ ପାଇଁ କିଛି ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ବିନିଯୋଗ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଉଦ୍ୟୋଗ ପ୍ରଶାସନ ହେଉ ଅଥବା ଲାଭାଂଶ ବଣ୍ଟନ ହେଉ ବିଶ୍ୱର ସର୍ବୋତ୍କୃଷ୍ଟ ନୀତିଗୁଡ଼ିକୁ ଦ୍ରୁତ ବେଗରେ କାର୍ଯ୍ୟକାରୀ କରିବାକୁ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଉଦ୍ୟୋଗ କ୍ଷେତ୍ର ଓ ନିଯୁକ୍ତି ସୃଷ୍ଟିକାରୀ ତଥା ଲାଭକାରୀ କମ୍ପାନୀଗୁଡ଼ିକ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଛନ୍ତି। ଏହା ଭାରତର ଯୁବ ସମାଜ ପାଇଁ ଅନେକ
ସୁଯୋଗର ଦ୍ୱାର ଖୋଲିଦେବ। ସେ କହିଛନ୍ତି, ଭାରତର ଯୁବ ସମାଜ ନବୀକରଣ ଓ ଷ୍ଟାର୍ଟ ର୍ଅପ୍‍ କ୍ଷେତ୍ରରେ ସୁନାମ ଅର୍ଜନ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ସରକାର ନିରନ୍ତର ସଂସ୍କାରମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି।ଏହି ନୀତି ଅନୁସାରେ ୧୦ରୁ ଅଧିକ କ୍ଷେତ୍ରକୁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ମଧ୍ୟକୁ ଅଣାଯାଇଛି। ସେ କହିଛନ୍ତି, ଅତି କମ୍‍ ସମୟ ମଧ୍ୟରେ ସେହି କ୍ଷେତ୍ରଗୁଡ଼ିକରେ ସକାରାତ୍ମକ ଫଳ ଦେଖିବାକୁ ମିଳିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରିକି କୋଭିଡ୍‍-୧୯ ଭଳି ଜଟିଳ ପରିସ୍ଥିତିରେ ମଧ୍ୟ ଭାରତରେ ବିଦେଶୀ ପୁଞ୍ଜିନିବେଶ ରେକର୍ଡ
ପରିମାଣରେ ବୃଦ୍ଧି ପାଇଛି। ଯେତେବେଳେ କି ବିଶ୍ୱର ଅନ୍ୟାନ୍ୟ ଭାଗରେ ବିଦେଶୀ ପୁଞ୍ଜିନିବେଶ କମିଯାଇଥିବାର ଦେଖିବାକୁ ମିଳିଛି। ଏଥିରୁ ଭାରତୀୟ ଅର୍ଥନୀତି ପ୍ରତି ସମଗ୍ର ବିଶ୍ୱର ଆସ୍ଥା ବୃଦ୍ଧି ପାଇଥିବା ସ୍ପଷ୍ଟ ପ୍ରମାଣ ମିଳିଛି। ଯେହେତୁ ଭାରତ ଉପରେ ବିଶ୍ୱର ଆସ୍ଥା ବୃଦ୍ଧି ପାଉଛି ଠିକ୍‍ ସେହିଭଳି ଦେଶର ଉଦ୍ୟୋଗ କ୍ଷେତ୍ର ଦେଶୀୟ ପୁଞ୍ଜିନିବେଶ ବୃଦ୍ଧି କରିବାକୁ ଶ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ସଫଳତା ପ୍ରତି ବିଶ୍ୱର ଏତେ ଆସ୍ଥା ବୃଦ୍ଧି ପାଇବା ପୂର୍ବରୁ କେବେ
ଦେଖିବାକୁ ମିଳିନଥିଲା। ଏଥିରୁ ଦେଶର ୧୩୦ କୋଟି ଲୋକଙ୍କ ଦୃଢ଼ ସଂକଳ୍ପର ପରିଚୟ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଆସୋଚାମ ଶତାବ୍ଦୀର ଉଦ୍ୟୋଗପତି ପୁରସ୍କାର ପ୍ରଦାନ
କରିଛନ୍ତି। ଟାଟା ଗ୍ରୁପ୍‍ କମ୍ପାନୀ ପକ୍ଷରୁ ରତନ ଟାଟା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଗତ ୧୦୦ ବର୍ଷ ଧରି ଆସୋଚାମ ଓ ଟାଟା ଗ୍ରୁପ୍‍ ଦେଶର ଅର୍ଥନୀତିର ବିକାଶ ଦିଗରେ କାର୍ଯ୍ୟ କରିଆସୁଛନ୍ତି ଓ କୋଟି କୋଟି ଭାରତୀୟଙ୍କ ଜୀବିକା ନିର୍ବାହନର ପନ୍ଥା ଯୋଗାଇ ଆସୁଛି। ୧୯୨୦ ମସିହାରେ ଆସୋଚାମର ସ୍ଥାପନ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories