www.samajalive.in
Sunday, December 14, 2025
19.1 C
Bhubaneswar

‘ଆତ୍ମନିର୍ଭର ଭାରତ ଅଭିଯାନ’ ଲାଗି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶକୁ ଆତ୍ମନିର୍ଭର କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି ଏକ ନୂଆ ଯୋଜନା ‘ଆତ୍ମନିର୍ଭର ଭାରତ ଅଭିଯାନ’ । ଏହି ଯୋଜନାରେ ଭାରତର ସମସ୍ତ କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । କୃ​‌ଷି କ୍ଷେତ୍ରରୁ ଆରମ୍ଭ କରି ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପ; ମଧ୍ୟମ ବର୍ଗର ବ୍ୟକ୍ତି ବିଶେଷ ସମସ୍ତେ ଏହାଦ୍ବାରା ଲାଭବାନ ହେବେ । ଏହାଫଳରେ ଦେଶକୁ ଶକ୍ତି ମିଳିବ ଓ ଆର୍ଥିକ ବ୍ୟବସ୍ଥା ଶକ୍ତିଶାଳୀ ହେବା ସହ ଦେଶ ସ୍ବାବଲମ୍ବୀ ହୋଇପାରିବ । ଭବିଷ୍ୟତରେ କରୋନା ପରି କିଛି ବଡ଼ ବିପଦ ଆସିଲେ ମଧ୍ୟ ଭାରତର ବ୍ୟବସ୍ଥାକୁ ଦୋହଲାଇ ପାରିବ ନାହିଁ ।ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନାକୁ ରୂପାୟନ କରିବା ନିମନ୍ତେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ବ୍ୟବସ୍ଥା କରାଯାଇଛି ।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୬ ବର୍ଷରେ ଦେଶରେ ଯେଉଁ ଆର୍ଥିକ ସଂସ୍କାର ହୋଇଛି ତାହାର ସୁଫଳ ଏବେ ଦେଖିବାକୁ ମିଳିଛି ଏବଂ ଦେଶର ଦୃଢ଼ ଭାବରେ ଠିଆ ହେବାକୁ ସକ୍ଷମ ହୋଇଛି । ଆତ୍ମନିର୍ଭର ଭାରତ ଅଭିଯାନ ଦେଶର ବିକାଶ ଯାତ୍ରାକୁ ଏକ ନୂଆ ଗତି ଦେବ । ଆତ୍ମ ନିର୍ଭର ଭାରତକୁ ଏହି ପ୍ୟାକେଜରେ ଭୂମି, ଶ୍ରମିକ ଓ ଆଇନ କ୍ଷେତ୍ରରେ ସମସ୍ତଙ୍କୁ ସହଯୋଗ କରିବ ।ଏହି ପ୍ୟାକେଜରେ ବହୁତ କିଛି ବ୍ୟବସ୍ଥା ରହିଛି ଓ  ଆଗାମୀ କିଛି ଦିନରେ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ସମସ୍ତ ତଥ୍ୟ ପ୍ରଦାନ କରାଯିବ ।

ଅନ୍ୟପକ୍ଷରେ ଦେଶକୁ ସ୍ବାବଲମ୍ବୀ କରିବା ନିମନ୍ତେ ‘ଆତ୍ମନିର୍ଭର ଭାରତ ଅଭିଯାନ’ ନାମରେ ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ଏଥିରେ ପୂର୍ବର ପ୍ୟାକେଜକୁ ମିଶାଇ ମୋଟ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ବ୍ୟବସ୍ଥା କରାଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି ଏବଂ ଏହାଫଳରେ ଦେଶର ଅର୍ଥନୈତିକ ଗତି ଦୃତତର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସୂଚନା ଅନୁସାରେ ଏହି ଅର୍ଥନୈତିକ ପ୍ୟାକେଜ ଦେଶର ମୋଟ ଅଭିବୃଦ୍ଧି ହାରର ୧୦% ଏବଂ ଏହାଦ୍ବାରା କୁଟୀର ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଲାଭବାନ ହେବ । ଏହି ପ୍ୟାକେଜରେ କୃଷି କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି । ଚାଷୀଙ୍କଠାରୁ ଶ୍ରମିକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁରୁତ୍ବ ଦିଆଯାଇଛି । ୨୦୨୦ ମସିହାରେ ଦେଶର ବିକାଶକୁ ଏହା ଗତିଶୀଳ କରିବ ଓ ଭବିଷ୍ୟତରେ କରୋନା ପରି ଯେତେବଡ଼ କଷ୍ଟକର ସମୟ ଆସିଲେ ବି ତାହା ସହ ଜୁଝିବାକୁ ଦେଶକୁ ବଳଶାଳୀ କରିବ  ବୋଲି ପ୍ରଦାନମନ୍ତ୍ରୀ କହିଛନ୍ତି । 

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଗରିବ ଲୋକମାନଙ୍କୁ ପ୍ରଶଂସା କରିଛନ୍ତି । ​‌ସେ କହିଛନ୍ତି ଯେ ଦେଶର ଗରିବ ଭାଇ-ଭଉଣୀ ବର୍ତମାନ ସମୟରେ ଯେପରି ସଂଘର୍ଷ କରିଛନ୍ତି ତାହା ପ୍ରଶଂସନୀୟ । ଏହାକୁ ଦୃଷ୍ଟିରେ ରଖି ଗରିବ ଓ ଶ୍ରମିକଙ୍କ ନିମନ୍ତେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯୋଜନା କରାଯାଇଛି ବୋଲି ସେ କହିଛନ୍ତି ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories